ଧାନ ପେଶା ମେସିନରେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

0
38
ଧାନ ପେଶା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୯/୦୩) : ଧାନ ପେଶା ମେସିନରେ ଚାପି ହୋଇ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅଧିନସ୍ଥ କାନପୁର ଗ୍ରାମରେ ।

ମୃତ ମହିଳା ଜଣଙ୍କ ହେଲେ ବିଜୟ ଖମାରୀଙ୍କ ପତ୍ନୀ ସଂଯୁକ୍ତା ଖମାରୀ । ଗତକାଲି କାନପୁର ଗାଁକୁ ଧାନ ପେଶା ମେସିନ ଆସିଥିଲା । ଗାଁ’ର ସମସ୍ତ ଲୋକ ନିଜ ନିଜର ଧାନ ଆଣି କୁଟୁଥିଲେ । ସଂଯୁକ୍ତା ମଧ୍ୟ ଧାନ ପେଶିବା ପାଇଁ ଆସିଥିଲେ । ମେସିନିରେ ଧାନ ଢାଳିବା ସମୟରେ ଅସାବଧାନତା ବସତ ପିନ୍ଧା ଲୁଗାଟି ମେସିନିରେ ଗୁଡ଼ାଇ ହୋଇଯାଇଥିଲା । ସଂଯୁକ୍ତା ଧାନ ପେଶା ମେସିନରେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ମେସିନରୁ ସଂଯୁକ୍ତାଙ୍କୁ ମୃତଦେହକୁ ଉଦ୍ଧାର କରିଥିଲେ । ସଂଯୁକ୍ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।