ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ, ଉଦ୍‌ଘାଟନ କଲେ ମୋଦି

0
67
ଖୋଲିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅରୁଣାଚଳ ପ୍ରଦେଶ, (୦୯/୦୩) : ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ ‘ସେଲା ଟନେଲ’କୁ ଉଦ୍‌ଘାଟନ କରିଛନ୍ତି ।

ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ କାର୍ଯ୍ୟକ୍ରମରେ ଦେଇ ମୋଦି ଏହି ଟନେଲର ଉଦ୍‌ଘାଟନ କରିବା ସହ କହିଛନ୍ତି ‘ସମଗ୍ର ଉତ୍ତର-ପୂର୍ବରେ ବିକାଶ କାର୍ଯ୍ୟ ଚାରି ଗୁଣ ଦ୍ରୁତ ଗତିରେ ଚାଲିଛି । ଏକ ବିକଶିତ ରାଜ୍ୟରୁ ବିକଶିତ ଦେଶ ପର୍ଯ୍ୟନ୍ତ ଭାରତର ଜାତୀୟ ଉତ୍ସବ ସମଗ୍ର ଦେଶରେ ଦ୍ରୁତ ଗତିରେ ଜାରି ରହିଛି । ଆଜି ମୁଁ ବିକଶିତ ଉତ୍ତର-ପୂର୍ବର ଏହି ଉତ୍ସବରେ ଉତ୍ତର-ପୂର୍ବର ସମସ୍ତ ରାଜ୍ୟ ସହିତ ମିଳିତ ଭାବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି । ‘ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି । ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ ।

ଏହି ଟନେଲ ଅରୁଣାଚଳ ପ୍ରଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବୁଷ୍ଟର ଭଳି କାମ ଦେବ । ଏଥିସହ ଭାରତୀୟ ସେନା ପାଇଁ ମଧ୍ୟ ଏହି ଟନେଲ ବେଶ ସହାୟକ ହେବ । ସବୁ ସମୟରେ ଏହି ଟନେଲ କାମ କରିବ । ପ୍ରତିଦିନ ୩ ହଜାର କାର୍‌, ୨ ହଜାର ଟ୍ରକ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲରେ ଯିବା ଆସିବା କରିପାରିବେ । ବିଆରଓ ପକ୍ଷରୁ ଏହି ଟନେଲର ନିର୍ମାଣ ହୋଇଛି। ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଟନେଲ ଭିତରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗାଡ଼ି ଯିବା ଆସିବା କରିପାରିବ । ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟନେଲର ଶିଳାନ୍ୟାସ କରିଥିଲେ ।