ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ

0
61
ବି.ଏସ୍.କେ.ୱାଇ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୩) : କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ବ୍ଲକ ମଧ୍ୟରେ ଥିବା ୧୨ଟି ପଞ୍ଚାୟତରୁ ବହୁ ହିତାଧିକାରୀ ଉପସ୍ଥିତ ରହି ନିଜ ନିଜ କାର୍ଡ ଖୁସିର ସହ ଗ୍ରହଣ କରିଥିଲେ l ପ୍ରଥମେ ପଂଚାୟତ ନିର୍ବାହୀ ଅଧିକାରୀ ଗଙ୍ଗାଧର ରଥ ଅତିଥି ପରିଚୟ ଦେବା ସହ ସ୍ୱାଗତ କରିଥିଲେ l କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ ସମ୍ମାନିତ ଅତିଥି ଭବେ ଯୋଗ ଦେଇ ବି ଏସ କେ ଓୟ ନବୀନ କାର୍ଡର ଉପାଦାୟତା ସହ ଏହାର କିପରି ସଦୁପଯୋଗ ହିତାଧିକାରୀ ମାନେ କରିପାରିବେ ସେ ନେଇ ବୁଝାଇଥିଲେ l

ଗ୍ରାମାଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଯେଉଁ ମାନେ ବାଦ ପଡ଼ିଥିଲେ ସେମାନଙ୍କ ମୌଳିକ ସ୍ୱାସ୍ଥ୍ୟ ସେବାରେ ଅସୁବିଧା ନ ହେବା ସକାଶେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବାଣୀ ପ୍ରତିଟି ଜୀବନ ମୂଲ୍ୟବାନ ସେଥିପାଇଁ ସେମାନଙ୍କ ନିମନ୍ତେ ଏହି ବି ଏସ କେ ୱାଇ ନବୀନ କାର୍ଡର ବ୍ୟବସ୍ଥା କରିଛନ୍ତି ବୋଲି ମଂଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l

ସାଂସଦ ପ୍ରତିନିଧି ରକମ ସତୀଶ, ଜିଲ୍ଲା ପରିଷଦ ସଦସ୍ୟା ରକମ ରାଜ ଲକ୍ଷ୍ମୀ, ଉପାଧ୍ୟାକ୍ଷା ସି ଏଚ କଲ୍ୟାଣୀ ଦେବୀ ମଧ୍ୟ ମଂଚାସୀନ ହୋଇ ନବୀନ କାର୍ଡ ବିଷୟରେ ଉଦବୋଧନ ଦେଇଥିଲେ l ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭଗବାନ ନାୟକ, ଗଙ୍ଗାଧର ରଥ ଓ ସନ୍ତୋଷ ବାହାଦୁର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l