ଦୋକାନ ଡ୍ର ଖୋଲି ନଗଦ ଟଙ୍କା ସହିତ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଚୋର

0
45
ଦୋକାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୨/୦୩) : ସିନ୍ଧି ଗାତ କରି ଦୋକାନ ଭିତରକୁ ପଶିଲେ ଆଉ ଲୁଟ କରି ଚାଲିଗଲେ । ଲୁଟିବାକୁ ପଶିଲେ ଦୋକାନ ଭିତରେ ସବୁ ସଫା କରିଦେଲେ ।

ଉଦଳାରେ କର୍ମକାର ଜୁଏଲାରୀ ହାଉସରେ ହୋଇଛି ଲୁଟ । ଗତକାଲି ରାତିରେ ଲୁଟେରା ମାନେ ଦୋକାନର ପଛ ପାଖ କାନ୍ଥରେ ସିନ୍ଧି ଗାତ କରି ଦୋକାନ ଭିତରକୁ ପଶିଛନ୍ତି । ଦୋକାନ ଭିତରେ ପଶିବା ପରେ ଦୁର୍ବୃତ୍ତମାନେ ଦୋକାନର ଡ୍ର ଖୋଲି ନଗଦ ଟଙ୍କା ନେବା ସହିତ ଦୋକାନରେ ଥିବା ରୂପା ଅଳଙ୍କାର ଏବଂ ସୁନା ଲୁଟିଥିବା ଜଣା ଯାଇଛି । ଦୁର୍ବୃତ୍ତ ମାନେ ଦୋକାନ ଭିତରେ ଥିବା ଆଇରନ ଚେଷ୍ଟ ଭାଙ୍ଗିଛନ୍ତି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଆସିବା ପରେ ଦୋକାନ ଭିତରେ ପଶି ତଦନ୍ତ କରାଯିବ । ତା ପରେ ଦୋକାନରେ କେତେ ଲକ୍ଷ ଟଙ୍କାର ଲୁଟ ହୋଇଛି ଏବଂ ଏହା କେତେ ବଡ଼ ଧରଣର ଲୁଟ ତାହା ସ୍ପଷ୍ଟ ହେବ । ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।