ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ହାଣିଲେ, ବାଇକ୍‌ ପୋଡ଼ିଦେଲେ

0
50
ପୂର୍ବ ଶତ୍ରୁତାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୬/୦୩) : ପୂର୍ବ ଶତ୍ରୁତାରୁ ଗାଆଁରେ ଖେଳିଗଲା ଆତଙ୍କ ରାଜ । ଘଣ୍ଟାଏ କାଳ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା। ଯୁବକଙ୍କ ଘର ଦାଣ୍ଡରେ ଥିବା ବାଇକ୍ ପୋଡ଼ିଦେଲେ ।

ପ୍ରାୟ ୫,୬ ଯୁବକ ସମ୍ପୃକ୍ତ ଯୁବକଙ୍କୁ ୩୦ରୁ ଊର୍ଦ୍ଧ୍ୱ ଥର ଆକ୍ରମଣ କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଘଟିଛି ଏହି ଘଟଣା । ଆହତ ଜଣକ ହେଲେ ବି ସନ୍ତୋଷ ପାତ୍ର।ସନ୍ତୋଷଙ୍କର ଗାଁ’ର କିଛି ଯୁବକଙ୍କ ସହ କିଛି ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଗ୍ରାମର ୫ରୁ ୬ ଜଣ ଯୁବକ ଗତ ରାତିରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଏପରିକି ତାଙ୍କ ବାଇକ୍‌କୁ ବି ପୋଡ଼ିଦେଲେ । ଅଭିଯୁକ୍ତମାନେ ସନ୍ତୋଷଙ୍କୁ ଖଣ୍ଡାରେ ୩୦ରୁ ଅଧିକ ଚୋଟ ମାରିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।