NAC ଦାବିରେ ତିହିଡି ବନ୍ଦ; ଜୀବନଯାତ୍ରା ଠପ୍

0
32
NAC

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୬/୦୩) : ତିହିଡିକୁ ଏନଏସି ଦାବିରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି ।

NAC ଦାବିରେ ତିହିଡି ବନ୍ଦ । ତିହଡି ବ୍ଲକ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ନିକଟରେ ଅନେକ ଅଞ୍ଚଳକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଥିବା ବେଳେ ତିହିଡି ପ୍ରତି ଏତେ ବୈମାତୃକ ମନୋଭାବ କଣ ପାଇଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଆଜିର ବନ୍ଦ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିଛି । ଏନଏସି ପାଇଁ ତିହିଡ଼ି ଦୀର୍ଘବର୍ଷ ହେଲା ସମସ୍ତ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ତିହିଡ଼ିକୁ ଅବହେଳା କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ତିହିଡ଼ି ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୁରୁଣା ଥାନା, ବିଭିନ୍ନ ନିର୍ମାଣ ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟ,ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ କେନ୍ଦ୍ର, ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଏକାଧିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ତିହିଡ଼ିରେ ରହିଛି । ହେଲେ ତିହିଡ଼ି ଏନଏସି ହେବାରୁ କାହିଁକି ବଞ୍ଚିତ ହେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।