ଭୋଜି ଖାଇ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

0
39
ଭୋଜି ଖାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୭/୦୩) : ଭୋଜି ଖାଇ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବିଲିକଣା ଗାଁ’ରେ ଘଟିଛି ଏପରି ଘଟଣା । ଶୁକ୍ରବାର ବିଲିକଣା ଗାଁ’ର ଶ୍ରୀଧର ବେହେରାଙ୍କର ପୋଥି ବଢିଥିଲା। ମଧ୍ୟାହ୍ନରେ ଗାଁ ଲୋକଙ୍କୁ ଭୋଜି ଖାଇବାକୁ ଦିଆଯାଇଥିଲା । ସେଥିରୁ ଯାହା ବଳି ଯାଇଥିଲା, ସେହି ଖାଦ୍ୟକୁ ରାତିରେ ଖାଇବା ପାଇଁ ଦିଆଯାଇଥିଲା। ସେହି ଖାଦ୍ୟ ଖାଇବା ପରେ ୧୫ରୁ ଅଧିକ ପରିବାରର ପାଖାପାଖି ୪୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ବିଶେଷ କରି ଛୋଟ ଛୋଟ ପିଲା ବେଶୀ ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଲୋକମାନେ ବାବର, ରାଜନଗର ଓ ପଟ୍ଟାମୁଣ୍ଡାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଝାଡ଼ାବାନ୍ତି ପ୍ରଭାବିତ ଗାଁ’ରେ ସ୍ୱାସ୍ଥ୍ୟ କର୍ମୀ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।