ଅନ୍ତଃ ରାଜ୍ୟ ବାଲି ମାଫିଆ ସକ୍ରିୟ : ଖଣି ବିଭାଗ ଓ ରାଜସ୍ବ ବିଭାଗ ନୀରବ ଦ୍ରଷ୍ଟା

0
78
ଅନ୍ତଃ ରାଜ୍ୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୩) : କାଶୀନଗର ତହସିଲ ର ପାଲସିଂ ଓ ଖଣ୍ଡାବା ନଦୀ ପଠାରୁ ଦୈନିକ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ବୃଦ୍ଧି ପାଉଛି l

ଖଣି ଓ ରାଜସ୍ବ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ପୋଲିସ ତିନିଗୋଟି ଟ୍ରାକ୍ଟର କୁ ଜବତ କରିଛି l ଖଣ୍ଡାବା ରାଜସ୍ବ ସର୍କଲ ର ପାଲସିଂ, ସାରା, ଖଣ୍ଡାବା ଦେଇ ବହୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ରାଜସ୍ବ ବିଭାଗ ରୁ କୋଟି କୋଟି ଟଙ୍କା ଲିଜ ସୂତ୍ର ରେ ନେଇ ବିଭିନ୍ନ ରେମ୍ପ ଜରିଆରେ ବାଲି ବ୍ୟବସାୟ କରୁଥିବା ଲିଜଧାରୀ ନଷ୍ଟ ରେ ପଡୁଥିବା ବେଳେ ଅନ୍ତଃ ଜିଲ୍ଲା ବାଲି ବେପାରୀ ଟିକସ ଫାଂକି ଚୋରା ରେ ବାଲି ଚାଲାଣ କରୁଛନ୍ତି l ପୂର୍ବରୁ ତହସିଲଦାର ମାନେ ଚୋରା ବାଲି ଚାଲାଣ ପାଇଁ ସ୍ୱତନ୍ତ୍ର ଟିମ ଜରିଆରେ ଧରାପଗଡ଼ କରୁଥିବା ବେଳେ ଏବେ ଖଣି ବିଭାଗ ଏହା ପାଇଁ ରହିଥିବା କୁଆଡେ ରାଜସ୍ବ ବିଭାଗ କହୁଛନ୍ତି l

ଖଣ୍ଡାବା ରେ ଥିବା ରାଜସ୍ବ ନିରୀକ୍ଷକ କୁଆଡେ ନ ବୁଲି ବିଭିନ୍ନ କାର୍ଯ୍ୟ ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଖଣ୍ଡାବା ଅଂଚଳ ର ଜନ ସାଧାରଣ ଅଭିଯୋଗ କରୁଛନ୍ତି, ସେ ମଧ୍ୟ ଏହି ବାଲି ମାଫିଆଙ୍କ ସହ ମଧୁ ଚନ୍ଦ୍ରିକା କରି ବାଲି ଚାଲାଣ କୁ ଉତ୍ସାହିତ କରୁଥିବା ଅଭିଯୋଗ ହେଉଛି l ଏଣୁ ନଦୀ ରେ ବଜେବିହୀନ ଯାଗାରେ ପୋଖରୀ ଭଳି ଗାତ ସୃଷ୍ଟି ହଇଛି, ଓ ନଦୀ ର ଜଳ ପାର୍ଶ୍ଵ ପରିବର୍ତନ କରି ଆନ୍ଧ୍ର ପଟ ଚାଲୁଥିବା ରୁ ଚାଷୀ ମାନେ ମୋଟର ଯୋଗେ ପାଣି ନ ପାଇଁ ବିଭିନ୍ନ ଫସଲ (ଖରାଟିଆ) ନଷ୍ଟ ହେଉଛି l ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପରିବେଶ ବିତ ମାନେ ଦାବୀ କରିଛନ୍ତି l