ସୁବର୍ଣ୍ଣପୁର ରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ , ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ କଡାକଡି କରାଯିବ

0
48
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୩) : ଆଗାମୀ ସାଧାରଣ ନିର୍ବାଚନ ୧୦୨୪ ପାଇଁ ଭାରତ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ସହିତ ନିର୍ବାଚନ ଆଚରଣ ବିଧି ଗତ ୧୬/୩/୨୪ ଠାରୁ ଲାଗୁ କରିଛନ୍ତି lWhatsApp Image 2024 03 17 at 21.23.54 ସୁବର୍ଣ୍ଣପୁର ରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ , ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ କଡାକଡି କରାଯିବ

ରାଜ୍ୟରେ ତା ମେ ୧୩ ରୁ ଜୁନ ୦୧ ମଧ୍ୟରେ ୦୪ଟି ପର୍ଯ୍ୟାୟ ରେ ଏହି ମତଦାନ ଅନୁଷ୍ଠିତ ହେବ l ଜୁନ ୦୪ ରେ ଭୋଟ ଗଣତି ହେବ l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର (୧୦) ସହ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ -୬୪ ଓ ସୋନପୁରବିଧାନସଭା ନିର୍ବାଚନ ମଣ୍ଡଳୀ -65 ନିମନ୍ତେ ଏକକାଳୀନ ଭୋଟ ଗ୍ରହଣ ଆସନ୍ତା ତା ୨୦/୦୫/୧୦୨୪ ରେ ସକାଳ ୦୭ ଘଣ୍ଟାରୁ ସନ୍ଧ୍ୟା ୦୬ ଯାଏ ଭୋଟ ଗ୍ରହଣ ଅନୁଷ୍ଠିତ ହେବ l ସେହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ ନିମନ୍ତେ ଗୁରୁତ୍ୱ ଦେବା ସହ ଆଦର୍ଶ ନିର୍ବାଚନ ଆଚରଣ ଵିଧି କୁ କଡାକଡି ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି, ଏଥିସହ ନିର୍ବାଚନ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଛନ୍ତି l

ମେ ମାସରେ ନିର୍ବାଚନ ହେବାକୁ ଥିବାରୁ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ, ଏଣୁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟର ଙ୍କ ସୁବିଧା ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ସୂଚୀତ କରିଥିଲେ l ଆଚରଣ ଵିଧି ଲାଗୁ ହେବାପରେ ଜିଲ୍ଲାରେ ଏହାର ପାଳନକୁ ନିଶ୍ଚିତ ଓ କଡାକଡି କରିବା ନିମନ୍ତେ ଏଥିପାଇଁ ପୂର୍ବରୁ ସମସ୍ତ ଟିମରେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇସାରିଥିବା ସୂଚନା ଦେଇଛନ୍ତି l ନିର୍ବାଚନ ଆଚରଣ ଵିଧି ଉଲଂଘନ ନେଇ ସି ଭିଜିଲ ଆପ ଅଥବା ଟୋଲ ଫ୍ରି ନମ୍ବର ୧୯୫୦ ରେ ଜନସାଧାରଣ ସୂଚନା କିମ୍ବା ଅଭିଯୋଗ କରିପାରିବେ l ବଲାଙ୍ଗୀର ଲୋକସଭା (୧୦) ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲା ରେ ଦୁଇଟି ବିଧାନସଭା କ୍ଷେତ୍ର ବୀରମହାରାଜପୁର (୬୪) SC ଓ ସୋନପୁର (65) ବିଧାନସଭା କ୍ଷେତ୍ର ରହିଛି l

ସୁବର୍ଣ୍ଣପୁର ଜିଲ୍ଲା ରେ ମୋଟ ୪,୭୦,୦୪୯ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୨,୪୩,୪୩୪ ଓ ମହିଳା ଭୋଟର ୨,୨୬,୬୦୦ ରହିଛନ୍ତି l ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମୋଟ ଭୋଟର ୨,୧୫,୩୫୩ ରହିଥିବା ବେଳେ ପୁରୁଷ ଭୋଟର ୧,୧୧,୯୯୪ ଓ ମହିଳା ଭୋଟର ୧,୦୩ ,356 ଅଛନ୍ତି l ସେଥିମଧ୍ୟରୁ ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା 03, ସିନିଅର ସିଟିଜେନ ଭୋଟରସଂଖ୍ୟା 1800, ଯୁବ ଭୋଟର ସଂଖ୍ୟା ୫୨୮୬ ଓ ଶାରୀରିକ ଅକ୍ଷମ ଭୋଟର ସଂଖ୍ୟା ୧୩୦୯ ଜଣ ଅଛନ୍ତି l ସେହିପରି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମୋଟ ଭୋଟର ୨ ,୫୪ ,୬୯୬ ରହିଛନ୍ତି l ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧,୩୧,୪୪୦ ଜଣ ଓ ମହିଳା ଭୋଟର ସଂଖ୍ୟା ୧ ,୨୩ ,୨୪୪ ଜଣ l

ଏହି ନିର୍ବାଚନ ମଣ୍ଡଳୀ ରେ ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା ୧୨ ଜଣ, ସିନିଅର ସିଟିଜେନ ଭୋଟର ସଂଖ୍ୟା ୨୨୩୩ ଜଣ, ଯୁବ ଭୋଟର ସଂଖ୍ୟା ୬୮୩୬ ଜଣ ଓ ଶାରୀରିକ ଅକ୍ଷମ ଭୋଟର ସଂଖ୍ୟା ୨୨୧୧ ଜଣ ଥିବା ଜଣାଯାଇଛି l ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୨୦ /୫ /୧୦୨୪ ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏଥିପାଇଁ ୨୬ /୦୪ /୨୪ ରେ ଗେଜେଟ ନୋଟିଫିକେସନ ହେବ, ତା ୦୩ /୦୫ /୧୦୨୪ ରେ ପ୍ରାର୍ଥୀ ପତ୍ର ନାମାଙ୍କନ ର ଶେଷ ତାରିଖ,ତା ୦୪ /୦୫ /୧୦୨୪ ପ୍ରାର୍ଥୀ ପତ୍ର ଯାଞ୍ଚ, ତା ୦୬ /୦୫ /୧୦୨୪ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଶେଷତାରିଖ ଓ ଭୋଟ ଗଣତି ତା 04/06/2024 ରେ ଅନୁଷ୍ଠିତ ହେବ l

ସୁବର୍ଣ୍ଣପୁର ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ର ସହିତ କିପରି ଭୋଟ ଗ୍ରହଣ ହେବ ସେ ନେଇ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ସୂଚନା ଦେଇଥିଲେ l ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭୋଟ କେନ୍ଦ୍ର ଗୁଡିକ ରେ ଅଧିକ ସୁରକ୍ଷା ବାହିନୀ କୁ ମୁତୟନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି ସାମ୍ବାଦିକ ସମ୍ବିଳନୀ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ )ରବୀନ୍ଦ୍ରନାଥ କହଁର, ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ ) ଅଞ୍ଜଳୀନା ପ୍ରଧାନ, ଡେପୁଟି କଲେକ୍ଟର ( ନିର୍ବାଚନ ) ୟଶସ୍ୱିନୀ ପୋଥାଳ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡେପୁଟି କଲେକ୍ଟର କେ ରିଚି କୁମାର ପ୍ରମୁଖ ଯୋଗ ଦେଇଥିଲେ l ପରେ ପରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ପ୍ରତିନିଧି ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l

ବୈଠକରେ ଜିଲ୍ଲାପାଳ ନିର୍ବାଚନ ଆଚରଣ ବିଧି ଓ ରାଜନୈତକ ଦଳ ବା ପ୍ରାର୍ଥୀ ଙ୍କ ନିମନ୍ତେ ଆବଶ୍ୟକ ନିର୍ବାଚନ ସମ୍ୱନ୍ଧୀୟ ସୂଚନା ପ୍ରଦାନ ସହ ଶାନ୍ତିପୂର୍ଣ ନିର୍ବାଚନ ନିମନ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l ଗଣ ମାଧ୍ୟମର ସମସ୍ତ ଜିଲ୍ଲା ପ୍ରତିନିଧି ମାନେ ଯୋଗ ଦେଇଥିବା ବେଳେ ରାଜନୈତିକ ଦଳ ପ୍ରତିନିଧି ବିଜେଡି ରୁ କଇଁରୁ ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ରୁ ସୁଧୀର ପଣ୍ଡା, ଆମ ଆଦମୀ ପାର୍ଟି ଜିଲ୍ଲା ପ୍ରତିନିଧି ସୁରେଶ କଲତା ପ୍ରମୁଖ ଅଂଶଗ୍ରହଣ କରଥିଲେ l