ସୁବର୍ଣ୍ଣପୁର ରେ ଜାତୀୟ ଟୀକାକରଣ ଦିବସ (ପଲ୍ସ ପୋଲିଓ) ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
51
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୩) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ୱାସ୍ଥ୍ୟ ବିଭାଗର ପ୍ରଶିକ୍ଷଣ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 03 02 at 12.04.38 ସୁବର୍ଣ୍ଣପୁର ରେ ଜାତୀୟ ଟୀକାକରଣ ଦିବସ (ପଲ୍ସ ପୋଲିଓ) ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୩ ମାର୍ଚ୍ଚ ୨୦୨୪ ରବିବାର ଦିନ ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଟୀକାକରଣ ଦିବସ (ପଲ୍ସ ପୋଲିଓ ) ଯେପରି ସମସ୍ତଙ୍କ ସହଯୋଗରେ ଜିଲ୍ଲାରେ ସଫଳତା ର ପାଳନ କରାଯିବ ସେହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ରହିଥିବା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପତି ସୂଚନା ଦେବା ସହ “ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପୋଲିଓ ବୁନ୍ଦା ଖାଇବେ । ଯେଉଁମାନେ ୩ ମାର୍ଚ୍ଚ ଦିନ ପୋଲିଓ ବୁନ୍ଦା ଖାଇବାରୁ ବଞ୍ଚିତ ହୋଇଥିବେ ସେମାନଙ୍କୁ ୪ ଓ ୫ ମାର୍ଚ୍ଚ ୨୦୨୪ ଦିନ ଆଶା ଦିଦିମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ୫୨, ୪୦୧ ଶିଶୁ ପଲ୍ସ ପୋଲିଓ ଖାଇବେ । ଏଥିପାଇଁ ୧୨୮୦ ଜଣ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ରହିବେ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରି (ଯକ୍ଷ୍ମା) ଡାକ୍ତର ମଞ୍ଜୁରାଣୀ ସିଂ ଉପସ୍ଥିତ ରହି କହିଥିଲେ ଏହି ଟୀକା ସମ୍ପୂର୍ଣ୍ଣ ନିରାପଦ ଅଟେ ଓ ପୋଲିଓ ମୁକ୍ତ ସୁବର୍ଣ୍ଣପୁର ପାଇଁ ସମସ୍ତ ଅବିଭାବକ, ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସହଯୋଗ କରିବାପାଇଁ ସେ ଆହ୍ୱାନ ଦେଇଥିଲେ । ଏଡିପିଏଚଓ ବୃନ୍ଦାବନ ସାହୁ ଓ ଡେପ୍ୟୁଟି ମେନେଜର ଆରସିଏଚ ସୁଧାଂଶୁ ଶେଖର ନାୟକ ଏହି ସମ୍ମିଳନୀକୁ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ସାହୁ, ସଞ୍ଜୟ ପଣ୍ଡା, ପ୍ରମୋଦ ସାହୁ ଓ କ୍ଷୀରୋଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।