ହାର୍ଡକୋର ମାଓବାଦୀ ଙ୍କ ଆତ୍ମସମର୍ପଣ,ହିଂସା ଛାଡି ସାମାଜିକ ସ୍ରୋତ ରେ ସାମିଲ ହେବାକୁ ଆହ୍ବାନ

0
36
ହାର୍ଡକୋର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୮/୦୩) : ବଲାଙ୍ଗିର ବରଗଡ଼ ମହାସମୁନ୍ଦ ଡ଼ିଭିଜନର ଏସିଏମ୍‌ ତଥା ହାର୍ଡକୋର ମାଓବାଦୀ ବଲାଙ୍ଗିର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏନେଇ ବଲାଙ୍ଗିର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଜିପି ହିମାଂଶୁ କୁମାର ଲାଲ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ଛତିଶଗଡ଼ ଜିଲ୍ଲା କନ୍‌କେର ଗ୍ରାମର ମହେଶ ଓରଫ ସୋମନାଥ ଅଚେଲ ହୋଇଥିବା ବେଳେ ସୋମନାଥ ୨୦୦୬ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇ ବିଭିନ୍ନ ମାଓ କାର୍ଯ୍ୟକଳାପ ରେ ସଂଶ୍ଳିଷ୍ଟ ଥିଲେ । ସେ ୨୦୧୧ ସମିହାରୁ ବଲାଙ୍ଗିର ବରଗଡ଼ ମହାସମୁନ୍ଦ ଡ଼ିଭିଜନରେ ରହି ନିଜର କାର୍ଯ୍ୟ ତୁଲାଇ ନୂତନ ଭାବେ ମାଓ ସଂଗଠନ ରେ ଅନ୍ୟ ମାନଙ୍କୁ ସାମିଲ କରି ଆସୁଥିଲେ ।

ଆତ୍ମସମର୍ପଣ କରିଥିବା ମାଓବାଦୀ ସୋମନାଥଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଆଇଜିପି ଶ୍ରୀ ଲାଲ ସୂଚନା ଦେଇ ଥିବା ସହ ମାଓବାଦୀମାନେ ହିଂସା ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଧ୍ୟ ଆଇଜିପି ଶ୍ରୀ ଲାଲ ଆହ୍ୱାନ ଦେଇଛନ୍ତି । ଆଇଜିପି ଶ୍ରୀ ଲାଲ ଙ୍କ ପରେ ଜିଲ୍ଲା ଏସପି ମଧ୍ୟ ସାମାଜିକ ସ୍ରୋତ ରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ମାଓବାଦୀ ସୋମନାଥ ମଧ୍ୟ ନିଜର ମାଓବାଦୀ ସଂଗଠନର ସଦସ୍ୟ ସଦସ୍ୟା ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପ୍ରକାଶ କରିଥିଲେ ।