ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ମୃତଦେହ ଉଦ୍ଧାର

0
60
ବଲାଙ୍ଗୀର-ଖୁଜେନପାଲି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୫/୦୧) : ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲ୍ଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ରହସ୍ୟଜନକ ଭାବେ ଜବତ କରାଯାଇଛି ।

ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ମୃତଦେହ ଉଦ୍ଧାର l ମୃତ୍ୟୁର କାରଣ ଜଣାପଡ଼ିନାହିଁ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଟ୍ରେନ୍‌ରୁ ଖସି ପଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପୋଷ୍ଟମର୍ଟମ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଏ ପର୍ଯ୍ୟନ୍ତ ତ୍ରିପୁରାରୀ ଙ୍କ ପରିବାର ସୂତ୍ରରୁ ମଧ୍ଯ ଘଟଣା ସମ୍ପର୍କରେ କିଛି କୁହାଯାଇ ନାହିଁ l