ଦୀର୍ଘ ଦିନ ଧରି ସହର ମଝିରେ ଚାଲିଥିବା ଆନ୍ଥଃ ରାଜ୍ୟ ସେକ୍ସ୍ ରେକେଟ ନେଇ ଚାରି ଯୁବକ ଓ ଚାରି ଯୁବତୀ ଗିରଫ

0
58
ଦୀର୍ଘ ଦିନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୮/୦୩) : ଅସଂଜତ ଅବସ୍ଥାରେ ସେକ୍ସ୍ ରେଟ ଠାବ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ, ସହର ମଝିରେ ଦୀର୍ଘ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀ ଆଣି ଏହି ସେକ୍ସ ରେକେଟ୍ ଚାଲିଥିବା ନେଇ ପୋଲିସ ଆକ୍ସନ ମୋଡ ରେ ଆସି ଏହି ସେକ୍ସ ରେକେଟରେ ଚାରି ଜଣ ଯୁବକ ଓ ଚାରି ଜଣ ଯୁବତୀ ଙ୍କୁ କାବୁ କରିଛି

ସହର ମଝିରେ ୨୧ ନମ୍ବର ୱାର୍ଡ ଖର୍ସେଲପଡ଼ା ର ଏକ ବାସ ଭବନ ରେ ଚଢ଼ାଉ କରି ଉକ୍ତ ଅଭିଯୁକ୍ତ ମାନଙ୍କୁ କାଲି ରାତି ରେ ଗିରଫ କରାଯାଇଛି । ଏ ନେଇ ଏସ ଡି ପି ଓ ପ୍ରଦୀପ କୁମାର ସାହୁ ଙ୍କ ନେତୃତ୍ୱରେ ଟାଉନ ଥାନା ଆଇ ଆଇ ସି ବିଶ୍ୱଜିତ୍ ମନବୋଧ ତଥା ଅନ୍ୟ ପୋଲିସ କର୍ମଚାରୀ ମିଶି ଏହି ଚଢ଼ାଉ କରି ଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି । ଏ ନେଇ ସହର ର କିଛି ନାମୀ, ଦାମୀ ବ୍ୟକ୍ତି, ବ୍ୟବସାୟୀ ଙ୍କ ସଂପୃକ୍ତି ଥିବା ସହ ବଲାଙ୍ଗୀର ରୁ ରାଜ୍ୟ ତଥା ରାଜ୍ୟ ବାହାର କୁ ଏହି ଯୁବତୀ ଚାଲାଣ କରାଯାଇ ଆସୁଥିବା ଚର୍ଚ୍ଚା ଜୋର ଧରିଛି ।