୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ କଲେ ହାତୀ ପଲ

0
37
୨ ଘଣ୍ଟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୮/୦୩) : ବାଟ ଓଗାଳିଲେ ହାତୀ ପଲ । ଏକାସଙ୍ଗେ ୧୭ଟି ହାତୀ । ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ରହିଲେ ।

କେନ୍ଦୁଝର ଚମ୍ପୁଆ ରେଞ୍ଜେ ଗୁରୁବେଡ଼ା ଛକରେ ହାତୀପଲଙ୍କୁ ଘଉଡ଼ାଇବାକୁ ନାକେଦମ ହୋଇଛି ବନ ବିଭାଗ । ହାତୀ ପଲଙ୍କ ଯୋଗୁଁ ପ୍ରାୟ ୨ ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା । ଏହି ରାସ୍ତା ଜୁରୁଡ଼ି-ବାମେବାରୀକୁ ଏବଂ ଯୋଡ଼ା ସହରକୁ ସଂଯୋଗ କରିଥାଏ । ଛୁଆଙ୍କୁ ଧରି ହାତୀପଲ ଦୀର୍ଘ ସମୟ ଧରି ରାସ୍ତା ଉପରେ ରହିବାରୁ ଉଭୟ ପାର୍ଶ୍ୱରେ ଲୋକ ଅଟକି ରହିଥିଲେ । ଶେଷରେ ବନ ବିଭାଗ ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି । ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ବୈତରଣୀ-ଏ ସଂରକ୍ଷିତ ଜଙ୍ଗଲରେ ଏହି ୧୭ ଟିକିଆ ହାତୀପଲ ଗତ କିଛି ଦିନ ଧରି ଚଳପ୍ରଚଳ କରୁଥିବା ବେଳେ, ଆଜି ଗୁରୁବେଡ଼ା ଛକ ନିକଟରେ ଦୀର୍ଘ ୨ ଘଣ୍ଟା ଧରି ରହିଥିଲେ । ସେପଟେ ହାତୀପଲଙ୍କୁ ନେଇ ଆଖପାଖ ଅଞ୍ଜଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।