ନୂଆ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ ଜଣାଇଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ

0
145
ନୂଆ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୩) : ଗଜପତି ଜିଲ୍ଲାରେ ଗତ କାଲି ନୂଆ ଶିକ୍ଷା ଅଧିକାରୀ ଯୋଗ ଦେଇଥିବାରୁ ତାଙ୍କୁ ବହୁ ଶିକ୍ଷକ ଓ ଶିକ୍ଷକ ସଂଘଠନ ସ୍ୱାଗତ କରିଛନ୍ତି ।

ଏଥି ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଶ୍ରୀ ପ୍ରଦୋଷ ନାୟକ ରହିଥିଲେ । ସେ ଏଠାରୁ ପଦନ୍ନତି ପାଇ ଓସେପା ର ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି ପାଇ ଜିଲ୍ଲାରୁ ବିଦାୟ ନେଇଥିଲେ । ଟା ପରେ କିଛି ଦିନ ଏହି ପଦବୀ ଖାଲି ରହିଥିଲା । ତାଙ୍କ ଯାଗାରେ ଶ୍ରୀ ମାୟାଧର ସାହୁ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ସେ ଯୋଗ ଦେଇଛନ୍ତି । ତାଙ୍କୁ ବିଭିନ୍ନ ଶିକ୍ଷକ ସ୍ୱାଗତ କରିଛନ୍ତି ।

ଗତକାଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଗଜପତି ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ କୁମାର ପାତ୍ର ଙ୍କ ନେତୃତ୍ୱ ରେ ସଙ୍ଘ ର ଉପ ଦେଷ୍ଟା ଶ୍ରୀ ପ୍ରଭାତ ପାଢ଼ୀ, ଜିଲ୍ଲା କୋଷାଧକ୍ଷ ଭାଗିରଥି ନାୟକ, ଅଡିଟର ଶ୍ରୀ ଆର. ମଧୁ, କାଶୀନଗର ବ୍ଲକ ସମ୍ପାଦଜ ଶ୍ରୀ ଗଣେଶ ପାଣିଗ୍ରାହୀ ଫୁଲ ତୋଡ଼ା ଦେଇ ଏକ ସୌହାର୍ଦ୍ଧ୍ୟ ମୂଳକ ସାକ୍ଷାତ ଆଲୋଚନା ହୋଇଥିଲା ।