କଳା ପଲସରରେ ଆସି ମହିଳାଙ୍କଠାରୁ ଝାମ୍ପି ନେଲେ ଏକ ଲକ୍ଷ ଟଙ୍କା

0
38
କଳା ପଲସରରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୦/୦୩) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବଡ଼ବଜାର-ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟି ନିକଟରୁ ଆଜି ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

କଳା ପଲସରରେ ଆସି ମହିଳାଙ୍କଠାରୁ ଝାମ୍ପି ନେଲେ ଏକ ଲକ୍ଷ ଟଙ୍କା । ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ ମଞ୍ଜୁଲତା ପାଳ । ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ପ୍ରହରାଜପୁର ଗାଁ’ରେ । ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ପଡ଼ୋଶୀ ବିଜୟ ମହାନ୍ତିଙ୍କ ସହିତ ଜଳେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାକୁ ଆସିଥିଲେ । କୌଣସି କାର୍ଯ୍ୟ ପାଇଁ ସେ ବ୍ୟାଙ୍କରୁ ୧ ଲକ୍ଷ ୫ ହଜାର ଟଙ୍କା ଉଠାଇ ଥିଲେ । ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଗାଁ ଅଭିମୁଖେ ଫେରୁଥିବା ବେଳେ ଜଳେଶ୍ୱର ବଡ଼ବଜାର-ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟି ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ସମସ୍ତ ଟଙ୍କା ଲୁଟ୍ କରି ନେଇଥିଲେ । ଉକ୍ତ କଳା ପଲସରରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ । ସେମାନେ ହେଲ୍‌ମେଟ୍ ପିନ୍ଧିଥିଲେ । ସେମାନେ ପଛ ପଟୁ ଆସି ହଠାତ୍ ମଞ୍ଜୁଲତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ । ଏହି ଘଟଣା ନେଇ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।