ବାପା ଋଣ କିଏ ସୁଝିବ: ଦୁଇ ଭାଇ ପିଟାପିଟି

0
29
ବାପା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୦/୦୩) : ବାପାଙ୍କ ଋଣ ପରିଶୋଧ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି ।

ପରିବାରର ସ୍ୱାମୀ, ସ୍ତ୍ରୀ, ପୁଅ, ଝିଅ ଆକ୍ରମଣେରେ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଭଦ୍ରକ ଜିଲ୍ଲା ଧାମନଗର ଥାନା ପାହିମହୁରା ଗ୍ରାମାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେଇ ଗ୍ରାମର ଦିବାକର ଜେନା ଓ ରମାକାନ୍ତ ଜେନାଙ୍କ ପରିବାର ମଧ୍ୟରେ ବାପାଙ୍କ ଋଣ ଟଙ୍କା ଶୁଝିବାକୁ ନେଇ ବିଭିନ୍ନ ସମୟରେ ପାଟି ତୁଣ୍ଡ ହୁଏ । କିନ୍ତୁ ସୋମବାର (ଗତକାଲି) ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା ।

ଉତକ୍ଷିପ୍ତ ହୋଇ ରମାକାନ୍ତ ଜେନା ଓ ତାଙ୍କ ପୁଅ ଦିବାକରଙ୍କ ଘରେ ପଶି ତାଙ୍କ ପରିବାର ଉପରେ ଏକ ମାରଣାଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଦିବାକର ଓ ତାଙ୍କ ସ୍ତ୍ରୀ, ପୁଅ, ଝିଅ ଗୁରୁତର ଆହାତ ହୋଇ ପଡ଼ିଥିଲେ । ରକ୍ତାକ୍ତ ଅବସ୍ଥାରେ ଗ୍ରାମବାସୀ ମାନେ ଦିବାକରଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମୁଣ୍ଡ ହାତ ପିଠିରେ ଜୋର ଆଘାତ ଲାଗିଥିବା ଜଣା ପଡ଼ିଛି ।