ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ୍

0
34
ବନ ବିଭାଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୧/୦୩) : ଶିକାରୀ ଗୁଳିରେ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୋଡରେ କୁଳଡିହା ବନ ବିଭାଗ

ରାତି ଅଧିଆ କମ୍ବିଂ ଅପରେସନ କରିଛନ୍ତି ବନ ବିଭାଗର ଟିମ୍ । କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି । ଡେଉଁଚଖାଲ ଅଞ୍ଚଳରୁ ୬ ଜଣକୁ ଗିରଫ ସହ ତାଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗତକାଲି ବନ ବିଭାଗ ଓ ପୋଲିସ ପକ୍ଷରୁ ଏକ ମଲ୍ଲିବଣିଆ ଠାରେ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରି ୪ ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିଲା ।