OLX ରେ ଗାଡି ବିକ୍ରି କରିବା ନାରେ ଠକେଇ, ଦୁଇ ଗିରଫ

0
41
OLX

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୩) : OLX ରେ ଗାଡି ବିକ୍ରି କରିବା ନାରେ ଠକେଇ । ରେଡ ହ୍ୟାଣ୍ଡରେ ଯୁବକ ଯୁବତୀଙ୍କୁ ଧରି ଥାନାର ଜିମା ଦେଲେ ଲୋକେ ।

ନାଲି ରଙ୍ଗ ର ଏକ i 20 କାର କୁ ବିକ୍ରି ପାଇଁ ପ୍ରଥମେ OLX ରେ ଆଡ୍‌ ଦେଇଥିଲେ ସୌମ୍ୟ ସେଠି । ଗାଡି ଟି ଥିଲା ମାନସୀ ବେହେରା ଙ୍କ ନାମ ରେ । ପରେ ଇଛୁକ ଗ୍ରାହକଙ୍କୁ ଦେଖା କରି ଗାଡି ବିକ୍ରି ନେଇ ତାଙ୍କ ସହ ଏଗ୍ରିମେଣ୍ଟ କରିବା ସହ ଆଡ଼ଭାନ୍ସ ଟଙ୍କା ଆଣୁଥିଲେ ପରେ ଫୋନ ନ ଉଠେଇ ଅନ୍ୟ ଜଣେ ଗ୍ରାହକ ଙ୍କୁ ଟାର୍ଗେଟ କରୁଥୁଲେ । ଏଭଳି ୪ରୁ ଅଧିକ ଲୋକଙ୍କୁ ଠକିବା ପରେ ଆଜି ଉଭୟଙ୍କୁ ଧରି ବରଗଡ଼ ଥାନା ର ଜିମା ଦେଇଛନ୍ତି ଠକେଇ ର ଶିକାର ହୋଇଥିବା ବ୍ୟକ୍ତି ।