ଭୈରୀ ମାତାଙ୍କ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଲେ ମହାରାଜା କମଳଚନ୍ଦ୍ର ଭଞ୍ଜଦେଓ

0
105
ଭୈରୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୧/୩) : ବୋରିଗୁମ୍ମା ବ୍ଲକ୍ ତଥା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଲ ଗୁଡ଼ା ଗ୍ରାମରେ ବୁଧବାର ମାଁ ଭୈରୀ ମାତାଙ୍କର ନୃତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି ।WhatsApp Image 2024 03 21 at 12.35.03 ଭୈରୀ ମାତାଙ୍କ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଲେ ମହାରାଜା କମଳଚନ୍ଦ୍ର ଭଞ୍ଜଦେଓ

ଏହି ପ୍ରତିଷ୍ଠା ଉତ୍ସବରେ ଛତିଶଗଡ଼ ଜଗଦଲପୁର ମହାରାଜା ଶ୍ରୀ କମଳ ଚନ୍ଦ୍ର ଭଞ୍ଜଦେଓ ଯୋଗଦାନ କରିଥିବା ଜଣା ପଡ଼ିଛି । ମହାରାଜା ଙ୍କୁ ଗ୍ରାମବାସୀ ବିରାଟ ପଟୁଆର, ଶୋଭାଯାତ୍ରା ଓ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଥିବା ଦେଖା ଯାଇଛି । ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଥିବା ବେଳେ ସ୍ଥାନୀୟ କମିଟି ସଭ୍ୟ ଓ ଗ୍ରାମବାସୀ ଗୌରୀ ଶଙ୍କର ମିଶ୍ର, ଭଗବାନ ବିଷୋୟୀ, ନବୀନ ଚନ୍ଦ୍ର ଦାଶ, ରାମେଶ୍ୱର ମୁଦୁଲି, ସାହେବ ଭତ୍ରା, ସଦା ଭତ୍ରା ପ୍ରମୁଖ ସହଯୋଗ କରିଥିବା ଜଣା ପଡ଼ିଛି । ପ୍ରାୟ ୧୦୦ ବର୍ଷ ଧରି ମାଁ ଭୈରୀ ମାତା ସୁନାଧର ବିଷୋୟୀ ଓ କୃଷ୍ଣ ବିଷୋୟୀ,ରାଧାକୃଷ୍ଣ ମିଶ୍ରଙ୍କ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ପୂଜା ପାଇ ଆସୁଥିବା କଥା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଇତି ମଧ୍ୟରେ କୋଟପାଡ଼ ବିଧାୟିକା ତଥା ପୂର୍ବମନ୍ତ୍ରୀ ପଦ୍ମିନୀ ଦିଆନ, sdc ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, ପୂର୍ବ ସାଂସଦ ପର୍ଶୁରାମ ମାଝି, ପୂର୍ବ ସାଂସଦ ପ୍ରଦୀପ ମାଝି, କଂଗ୍ରେସ ନେତା ନୀଳକଣ୍ଠ ପୂଜାରୀ, କଂଗ୍ରେସ ନେତା ଅନାମ ଦିଆନ,ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା,ବି.ଜେ.ପି. ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ଭାସ୍କର ଭଟ୍ଟ ପ୍ରମୁଖ ୩ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବରେ ନିଜ ନିଜ ସମୟ ସୁବିଧା ଅନୁସାରେ ଯୋଗ ଦାନ କରିଥିବା ଜଣାପଡ଼ିଛି ।