୪୦ ଟଙ୍କା ପାଇଁ ଦୋକାନୀଙ୍କୁ ହତ୍ୟା

0
36
୪୦ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୧/୦୩) : ୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହତ୍ୟା। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ମୃତକଙ୍କ ନାଁ ବିଜୟ ପଣ୍ଡା ।

ସେ ଭଦ୍ରକ ଟାଉନ୍ ଥାନା ପଥରଆଡ଼ି ଛକରେ ତେଜରାତି ଦୋକାନ କରିଥିଲେ । ଆଜି ସକାଳେ ବିଜୟ ପଣ୍ତାଙ୍କ ଦୋକାନକୁ ଆସିଥିଲେ ଚରମ୍ପା ଅଞ୍ଚଳର ଯୁବକ ରମେଶ ପରିଡ଼ା । ତାଙ୍କ ଦୋକାନରୁ ୧୮୦ ଟଙ୍କାର ଜିନିଷ କିଣିଥିଲେ ରମେଶ । ସେ ଫୋନ ପେ’ ମାଧ୍ୟମରେ ୧୪୦ ଟଙ୍କା ଦେଇଥିଲେ । ବିଜୟ ପଣ୍ଡା ତାଙ୍କୁ ଆଉ ୪୦ ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପରେ ରମେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ଶେଷରେ ବିଜୟ ପଣ୍ଡାଙ୍କୁ ସେ ଜୋରରେ ଧକ୍କା ଦେଇଥିଲେ ।

ଫଳରେ ବିଜୟ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ।ସ୍ଥାନୀୟ ଲୋକ ବିଜୟଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବିଜୟ ପଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସଂପର୍କରେ ବିଜୟଙ୍କ ପରିବାର ଲୋକ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି ।