ଅଭ୍ୟାସ ଟେକ୍ନୋ ସ୍କୁଲର ଦ୍ଵୀତୀୟ ବାର୍ଷିକ ଉତ୍ସବ ପାଳିତ

0
66
ଅଭ୍ୟାସ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୪) : ଅଭ୍ୟାସ ଟେକ୍ନୋ ସ୍କୁଲର ଦ୍ଵିତୀୟ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2024 04 05 at 16.05.58 ଅଭ୍ୟାସ ଟେକ୍ନୋ ସ୍କୁଲର ଦ୍ଵୀତୀୟ ବାର୍ଷିକ ଉତ୍ସବ ପାଳିତ

ପ୍ରଥମେ ମଞ୍ଚାସୀନ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ବିଦ୍ୟାଳୟ ର ପ୍ରିନସପାଲ ଦିବ୍ୟ ଦେବାଶିଷ ଦୁଵେ ବାର୍ଷିକ ବିବରଣୀ ପାଠ କରିଥିଲେ । ମୂଖ୍ୟ ଅତିଥି ଭାବେ ଆଇ ଆର ବି ଏନ୍ କମାଣ୍ଡେଣ୍ଟ ଶ୍ରୀ ଵ୍ରିଜମୋହନ ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନେ ଅନୁଶାସନ ମଧ୍ୟରେ ରହି ବିଦ୍ୟା ଅଧ୍ୟୟନ କରିବା ସହ ଖେଳକୁଦ ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ପଦ୍ମପୁର ତହସିଲଦାର ଦିପ୍ତିମୟୀ ପାତ୍ର ଓ ଵି ଇ ଓ ସୁବାସ ଚନ୍ଦ୍ର ଶବର ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ଯେ , ଶିକ୍ଷକଙ୍କ ନୀତି ଆଦର୍ଶକୁ ମାନିଲେ ଜଣେ ବିଦ୍ୟାର୍ଥୀ ନିଶ୍ଚିତ ଲକ୍ଷ ସ୍ଥଳରେ ପହଞ୍ଚି ପାରିବ । ତେଣୁ ଗୁରୁଙ୍କ ଉପରେ ଆସ୍ଥା ରଖି ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବା ଉଚିତ ।

ମୂଖ୍ୟ ବକ୍ତା ଭାବେ ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶି ଭୂଷଣ ମହାନ୍ତି ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ର ଛାତ୍ରୀ କିପରି ସଫଳତା ପାଇପାରିବେ କହିଥିଲେ ତତ୍ ସଙ୍ଗେ ସଙ୍ଗେ ପିତାମାତା ମାନଙ୍କୁ ଅନୁରୋଧ କରିଥିଲେ କି , ନିଜର ସ୍ଵପ୍ନକୁ ନିଜ ସନ୍ତାନ ଉପରେ ଲଦି ଦିଅନ୍ତୁ ନାହିଁ । ପିଲାଙ୍କ ରୁଚି ଅନୁସାରେ ସେମାନଙ୍କୁ ପଢିବାକୁ ସୁଯୋଗ ଦିଅନ୍ତୁ ।

ମଞ୍ଚାସୀନ ଅତିଥି ଭାବେ ଅଭ୍ୟାସ ଟେକ୍ନୋ ସ୍କୁଲର ଚେୟାରମେନ ରୂପ ବିଳାସ ଦାସ , ସେକ୍ରେଟାରୀ ଲାଡି ତୁକାରାମ , ଏମ୍ ଡି ଓଡି ମୁରଲିଶ୍ଵର , ଟ୍ରଷ୍ଟି କେ ଭବାନୀ ରାଓ , ଜିତେନ୍ଦ୍ର ଜେନା ଓ ପ୍ରିନସପାଲ ଦିବ୍ୟ ଦେବାଶିଷ ଦୁଵେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅତିଥି ମାନଙ୍କ ଦ୍ଵାରା ଖେଳକୁଦ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ସ୍କୁଲ +୨ କଳା ଓ ବିଜ୍ଞାନ ପାଠ୍ୟକ୍ରମ ପାଇଁ ସ୍ଵିକୃତି ପାଇଥିବାରୁ କେକ୍ କାଟି ଉତ୍ସବ ପାଳନ କରାଯିବା ସହ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବା ଦୁଇ ଜଣ ଵିଦ୍ୟାର୍ଥିଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇ ପୁରସ୍କୃତ କରାଗଲା ।

ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ଶିକ୍ଷୟତ୍ରୀ ଶସ୍ମିତା ମିଶାଲ ମଞ୍ଚ ପରିଚାଳନା କରିଥିଵା ବେଳେ ଶେଷରେ ନରେଶ ସାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।