ପାରଳା ରେ କଂଗ୍ରେସ ର ଶକ୍ତି ପ୍ରଦର୍ଶନ

0
154
ପାରଳା

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୦୫/୦୪) : ଆଜି ଗଜପତି ଜିଲ୍ଲା ର ସଦର ମହକୁମା ରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଛି ।WhatsApp Image 2024 04 05 at 21.45.03 ପାରଳା ରେ କଂଗ୍ରେସ ର ଶକ୍ତି ପ୍ରଦର୍ଶନ

ଗତ କାଲି କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ମୋହନା ରେ ଦଳ ପୁନର୍ବାର ଅସ୍ଥା ପ୍ରକୋଟ କ୍ଷରି ଟିକେଟ ଦେଇଥିବା ବେଳେ, ପାରଳା ଆସନ ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟନାୟକ ଙ୍କୁ ପ୍ରାର୍ଥୀ କରିଛି । ଆଜି ଦଳ ପାରଳା ରେ ତାର ଶକ୍ତି ପ୍ରଦର୍ଶନ କରିଛି । ଦଳୀୟ କାର୍ଯ୍ୟାଳୟ ରୁ ଏକ ବିରାଟ ପଟୁଆରରେ ହଜାର ହଜାର ମହିଳା ଓ ପୁରୁଷ ଆଦିବାସୀ ଓ ସବୁ ବର୍ଗ ର ଲୋକ ସାମିଲ ହୋଇଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ, ପ୍ରାର୍ଥୀ ଶ୍ରୀ ବିଜୟ ପଟନାୟକ, ଟାଉନ ସଭାପତି ବସନ୍ତ ପଣ୍ଡା, ଯୁବନେତା ସୂର୍ଯ୍ୟ ନାରାୟଣ ପାତ୍ର, କାଶୀନଗର ବ୍ଲକ ର ରାମ ପ୍ରସାଦ ପଟନାୟକ, ସୁବାଷ ଚନ୍ଦ୍ର ପାତ୍ର, ଅନୁ ପାତ୍ର ଓ ବିଭିନ୍ନ ବ୍ଲକ ଅର୍ଥାତ ଗୁମ୍ମା, କାଶୀନଗର, ଗୋଶାଣୀ, ପାରଳାଖେମୁଣ୍ଡି ମୁନିସିପାଲିଟି ଓ କାଶୀନଗର ଏନ ଏ ସି ର ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ । ବିଜେଡ଼ି ଓ ବିଜେପି ବିରୋଧ ରେ ନେତା ମାନେ ଦୁର୍ନୀତି ଓ କୁଶାସନ ଦେଇଥିବାରୁ ଏହି ପରିବର୍ତନ ସମାବେଶ କରାଯାଇଥିଲା ବୋଲି ପ୍ରାର୍ଥୀ ଶ୍ରୀ ବିଜୟ ପଟନାୟକ ଓ ଲୋକ ଙ୍କ ଉତ୍ସାହ ଓ ମନ ରେ ପରିବର୍ତନ ଆସିଥିବାରୁ କଂଗ୍ରେସ ନିଶ୍ଚୟ ବିଜୟ ହେବ ବୋଲି କହିଥିଲେ । ପ୍ରାୟ ପାଞ୍ଚ ହଜାର ଲୋକ ସମବେତ ହୋଇଥିବା ଲକ୍ଷ କରାଯାଇଛି ।