ଫଟାମୁଣ୍ଡା ଗ୍ରାମର ଭାଇ ନିଖୋଜ ନେଇ ବଡ଼ ଭାଇ ଦେଲେ ଥାନାରେ ଏତେଲା

0
35
ଫଟାମୁଣ୍ଡା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୫/୪) : ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ପର୍ଶୁ କେତକୀ ନାମକ ଜଣେ ୪୫ ବର୍ଷର ବ୍ୟକ୍ତି ଗତ ୩ ତାରିଖ ବୁଧବାର ଅପରାହ୍ନ ସମୟରୁ ତାଙ୍କ ଘରୁ କେଉଁଆଡେ ଚାଲିଯାଇଥିବା ସମ୍ପର୍କରେ ବଡଭାଇ ଭଜରାମ କେତକୀ ମୁରିବାହାଲ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି ।

ପର୍ଶୁ ଘରୁ ଚାଲିଯିବା ପରେ ତାଙ୍କୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବାରୁ ଆସି ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ । ନିଖୋଜ ପର୍ଶୁ ଅବିବାହିତ ଥିବା ବେଳେ ସେ ନିଜ ବଡଭାଇ, ଭାଉଜଙ୍କ ପାଖରେ ରହୁଥିଲେ । ଯେ କୌଣସି ସହୃଦୟ ବ୍ୟକ୍ତି ନିଖୋଜ ପର୍ଶୁଙ୍କ ସମ୍ପର୍କରେ ସୂଚନା ପାଇଲେ ସେମାନେ ନିକଟସ୍ଥ ଥାନା କିମ୍ବା ପରିବାର ଲୋକଙ୍କୁ ମୋବାଇଲ ନ ୮୪୫୬୮୭୧୦୬୫ କିମ୍ବା ୮୪୫୫୦୭୭୯୪୩ ରେ ଜଣାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି । ପର୍ଶୁଙ୍କ ନିଖୋଜ ସମ୍ପର୍କରେ ବଡ଼ଭାଇ ଭଜରାମଙ୍କ ଏତଲା ଆଧାରରେ ମୁରିବାହାଲ ଥାନା ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ମୁରିବାହାଲ ପୁଲିସ ସୂତ୍ରରୁ ଜଣାପଡିଛି ।