ପାଚିକା ଓ ସହାୟିକା ଙ୍କ ବୈଠକ

0
69
ପାଚିକା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୬/୪) : ଆଜି ସ୍ଥାନୀୟ ମଦନ ମୋହନ ମନ୍ଦିର ଠାରେ କାଶୀନଗର ବ୍ଲକ ର ପାଚିକା ସହାୟିକା ମାନଙ୍କ ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗତ ଜୁନ ମାସ ୨୦୨୩ ମସିହାରେ କାଶୀନଗର ବ୍ଲକ ରୁ ଯେଉଁ ସୂଚନା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲା ସେଥିରେ ୧୧୭ ଜଣ ପାଚିକା ଥିବା ଦର୍ଶା ଯାଇଥିଲେ ସୁଧା ସହାୟିକାଙ୍କ କୌଣସି ସୂଚନା ଯାଇ ନଥିବା ରୁ ଗରିବ ସହାୟିକା ମାନଙ୍କ ୧୬ ଲକ୍ଷ ୮୪ଟଙ୍କା ଏ ଯାଏଁ ପୈଠ ନ ହେବା କାରଣ କ’ଣ ଏଇଥି ପାଇଁ କିଏ ଦାୟୀ ରହିବେ ତାହା ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀ ଦାୟୀ ରହିବେ ବୋଲି ପାଚିକା ସଙ୍ଘ ଦାବୀ କରିଛି ।