ଆଦର୍ଶ ଥାନା ଅଧିକାରୀଙ୍କ ସହାୟତାରେ ଆକାଉଣ୍ଟ କୁ ଫେରିଛି ୮୦,୦୦୦ ଟଙ୍କା

0
95
ଆଦର୍ଶ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୭/୪) : ବର୍ତ୍ତମାନ ଡିଜିଟାଲ ଯୁଗରେ ଟଙ୍କା ଲେଣଦେଣ ମୋବାଇଲ ମାଧ୍ୟମରେ ଚାଲୁରହିଛି । ତେବେ ଏହି ମୋବାଇଲ ଦ୍ଵାରା ଟଙ୍କା ପଠାଇବା ମହଙ୍ଗା ପଡ଼ିଥିଲା ଦର୍ଶନ ଶବରଙ୍କୁ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରୂପାପଦର ଗ୍ରାମରେ । ମାର୍ଚ୍ଚ ୩୦ ତାରିଖରେ ଲେବର ପେମେଣ୍ଟ ପାଇଁ ଦର୍ଶନ ଶବର ନିଜ ଆକାଉଣ୍ଟରୁ ଫୋନ ପେ ମାଧ୍ୟମରେ ଟଙ୍କା ପଠାଇଥିଲେ । କିନ୍ତୁ ଅସାବଧାନତା ବଶତଃ ଫୋନ୍ ରେ ଆକାଉଣ୍ଟ ନମ୍ବର ମାରିବା ସମୟରେ ଶେଷ ଅଙ୍କଟି ଭୁଲ୍ ହୋଇଯାଇଥିଲା । ଯାହା ଫଳରେ ୮୦,୦୦୦ ଟଙ୍କା ବେଙ୍ଗାଳୁରୁ ବାସିନ୍ଦା ସେକ ସାଇଦୁଲ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ କୁ ଚାଲି ଯାଇଥିଲା । ଭୁଲ୍ ଵସତ ଟଙ୍କା ସାଇଦୁଲଙ୍କ ଆକାଉଣ୍ଟ କୁ ଚାଲିଯିବା ଜାଣିବା ପରେ ଦର୍ଶନ, ବେଙ୍ଗାଳୁରୁ ବାସିନ୍ଦା ସାଇଦୁଲଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ । କିନ୍ତୁ ସେ ଫୋନ୍ ରିସିଭ କରିନଥିଲେ । ଶେଷରେ ନିରାଶ ହୋଇ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁଙ୍କ ନିକଟରେ ପହଞ୍ଚି ନିଜର ଅଭିଯୋଗ ଶୁଣାଇ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ଅଭିଯୋଗକୁ କେନ୍ଦ୍ର କରି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଓ ଏସ୍ ଆଇ ଅଶୋକ କୁମାର ପାଢୀ ତଦନ୍ତ ଆରମ୍ଭ କରିଥିଲେ । ବାରମ୍ବାର ବେଙ୍ଗାଳୁରୁ ଫୋନ୍ କରି ଜୈନିକ ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରିଥିଲେ ଥାନା ବାବୁ । ନିଜ ଉପସ୍ଥିତ ବୁଦ୍ଧି ଓ ଅଭିଜ୍ଞତାକୁ ପ୍ରୟୋଗ କରି ସଫଳତାର ସହ ସମ୍ପୁର୍ଣ୍ଣ ୮୦,୦୦୦ ଟଙ୍କା ଫେରାଇ ଆଣିବାକୁ ସମର୍ଥ ହୋଇଛନ୍ତି ଥାନା ଅଧିକାରୀ ଉତ୍ତମ କୁମାର ସାହୁ । ଟଙ୍କା ଫେରସ୍ତ ପାଇବା ପରେ ଦର୍ଶନ ଶବର ଥାନାକୁ ଯାଇ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଓ ଏସ୍ ଆଇ ଅଶୋକ କୁମାର ପାଢୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୋଲିସର ଏପରି ସଫଳତାକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।