ବିନିକା ପୁଲିସକୁ ବଡ ସଫଳତା : କାରରୁ ୫୫ ଲକ୍ଷ ୨୦ ହଜାର ଟଙ୍କା ଜବତ

0
35
ବିନିକା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୪) : ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସ ସହରର କଲେଜ ଛକରେ ନାକାବନ୍ଦି କରି ପେଟ୍ରୋଲିଂ କରୁଥିବା ସମୟରେ AP05 TC-8181 ଇନୋଭା କାରରୁ ୫୫ ଲକ୍ଷ୍ ୨୦ ହଜାର ଟଙ୍କା ବିନିକା ପୁଲିସ ଜବତ କରିଛି ।WhatsApp Image 2024 04 07 at 10.19.12 ବିନିକା ପୁଲିସକୁ ବଡ ସଫଳତା : କାରରୁ ୫୫ ଲକ୍ଷ ୨୦ ହଜାର ଟଙ୍କା ଜବତ

ଏହି ଟଙ୍କା ଆନ୍ଧ୍ର ପ୍ରଦେଶ ରାଜ୍ୟର କାକିନାଡ଼ା ଜିଲ୍ଲାକୁ ଯାଉଥିବା ସମୟରେ ବିନିକା କଲେଜ ଛକରେ ଧରାପଡ଼ିଛି । ଗାଡ଼ି ଡ଼୍ରାଇଭର ଅନ୍ଦ୍ରପ୍ରେଦଶ ଜିଲ୍ଲା ଜି ବର୍ମାଭାରାମ୍ ଗ୍ରାମର ଜି. ବିନୟକ୍ରିଷ୍ଣ (୨୩) , ଅନ୍ତେବାସୀ ହେଲେ କାକିନାଡ଼ା ଜିଲ୍ଳା ଗୋର୍ରିପୁଡ଼ି ଗ୍ରାମର ପି .ଚନ୍ଦ୍ରଶେଖର (୬୨),ପି ସମହାଧ୍ରି(୬୨), ପି .ସୁଭୟମ୍ମା-(୯୨),ପି.ଛନ୍ନାବ୍ବି- (୫୦) ଓ ଗୋରିପୁଡ଼ି ଗ୍ରାମର ବୋନାସୁ ଭେଙ୍କଟ୍ଟ- (୫୬) ବିନିକା ଥାନାରେ ଅଟକ ରଖି ଗାଡ଼ିର ଟଙ୍କା ଜବତ କରାଯାଇଥିବା ସୁଚନା ମିଲିଛି । ବିନିକା ଭାରତିୟ ଷ୍ଟେଟ୍ ବ୍ୟାଙ୍କରୁ ୨ଟି ଟଙ୍କା ଗଣତି ମେସିନ ସହାର୍ଯ୍ୟରେ ସମସ୍ତ ଟଙ୍କା ଗଣତି କରାଯାଇଥିଲା ।

ଏହି ସମୟରେ ସୋନପୁର ଏସଡ଼ିପିଓ ପ୍ରତାପ ଚନ୍ଦ୍ର ତ୍ରୀପାଠି, ବିନିକା ଷ୍ଟେଟବ୍ୟାଙ୍କ ମ୍ୟାନେଜର କାର୍ତ୍ତିକେଶ୍ୱର ସାହୁ, ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହିଙ୍କ ସହ ପୁଲିସ କର୍ମଚାରୀ ଙ୍କ ଉପସ୍ତିତିରେ ଗଣତି ହୋଇ ୫୫ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବା ପୁଲିସ ସୁତ୍ରରୁପ୍ରକାଶ । ଏ ସଂପର୍କରେ ସୁବର୍ଣ୍ଣପର ଏସ୍ ପି ୟଶ ପ୍ରତାପ ଶ୍ରୀମାଲ ଙ୍କୁ ପଚା ରିବାରୁ ଏହି ମାମଲା ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି , ଆୟକର ବିଭାଗ ତଦନ୍ତ କରି ଆଇନ ଅନୁସାରେ କାର୍ଯୟାନୁଷ୍ଠାନ ନେବା ବୋଲି ସେ କହିଛନ୍ତି।