୨ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

0
42
୨ ଅତିରିକ୍ତ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୬/୪) : ଶନିବାର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ମୁରିବାହାଲ ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

୨ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପଢ଼ିହାରିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭା ରେ ବିଦାୟ ନେଉଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ଡ ଧର ଭୋଇ ତଥା ୩୧/୩ /୨୦୨୪ ରେ ଅବସର ଗ୍ରହଣ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହୀରା ସିଂ ମାଝୀ ଙ୍କୁ ସମସ୍ତ ସିଆରସିସି ତଥା କାର୍ଯ୍ୟାଳୟ କର୍ମକର୍ତ୍ତା ଙ୍କ ତରଫରୁ ଉପଢୌକନ ସହ ମାନପତ୍ର ଅର୍ପଣ କରାଯାଇଥିଲା ।

ବରିଷ୍ଠ ସହକାରୀ ଶ୍ରୀ ସାଧୁରାମ ପାଣିଗ୍ରାହୀ,କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ଭୋଇ, କାନ୍ତାରାମ ଧରୁଆ ବିଦାୟୀ ସାର ମାନଙ୍କର କାର୍ଯ୍ୟକାଳ ଓ ଅବଦାନର ସ୍ମୃତି ଚାରଣ କରିଥିଲେ । ସିରୋଲ ସିଆରସିସି ଶ୍ରୀ ସୁଧୀର କୁମାର ନାଗ ମାନପତ୍ର ପଠନ କରିଥିଲେ ଓ ପତ୍ରପାଲି ସିଆରସିସି ଶ୍ରୀ ଯୁକ୍ତ ପ୍ରମୋଦ କୁମାର କର୍ମୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ସିଆରସିସି କାର୍ଯ୍ୟାଳୟ କର୍ମକର୍ତ୍ତା ସହଯୋଗ କରିଥିଲେ ।