ଦୁର୍ଘଟଣା ରେ ୩ ଆରଏମସି କର୍ମଚାରୀ ଗୁରୁତର

0
34
ଦୁର୍ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୭/୦୪) : ୩୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ। ଦୁର୍ଘଟଣାରେ ୩ ଆରଏମସି କର୍ମଚାରୀ ଗୁରୁତର । ବାଲେଶ୍ବର ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଆରଏମସି ମୋବାଇଲ ଚେକ ପୋଷ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥରୁ ୩୦ ଫୁଟ ତଳକୁ ଖସି ପଡିଲା ପିକଅପ ଭ୍ୟାନ୍ । ବାଲେଶ୍ବର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କାଗଜ ବୋଝେଇ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଚେକ ପୋଷ୍ଟ କୁ ଧକ୍କା ଦେଇଥିଲା । ଦୁ୍ର୍ଘଟଣାରେ ଡ୍ୟୁଟିରେ ଥିବା ୩ ଜଣ ଆରଏମସି କର୍ମଚାରୀ ଗୁରୁତର ହୋଇଛନ୍ତି ।

ବସ୍ତା ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି । ତେବେ ଦୁର୍ଘଟଣା ପରେ ପିକଅପ ଭ୍ୟାନର ଡ୍ରାଇଭର କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।