ରାୟଗଡା ଜିଲ୍ଲାରେ ଭୋଟର ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

0
131
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୭/୦୫) : ରବିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗଡ଼ିଲା ଭୋଟର ସଚେତନତା ରଥ । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଛନ୍ତି ।WhatsApp Image 2024 04 07 at 14.03.43 ରାୟଗଡା ଜିଲ୍ଲାରେ ଭୋଟର ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ଆଗାମୀ ସାଧାରଣ ନିର୍ବାଚନ ମହାପର୍ବରେ ଯେପରି ପ୍ରତି ବୁଥସ୍ତରରେ ଶତ ପ୍ରତିଶତ ଭୋଟର ସାମିଲ ହେବେ, ସମସ୍ତ ଭୋଟର ନିଜର ମୂଲ୍ୟବାନ ଭୋଟ ମାଧ୍ୟମରେ ପ୍ରାର୍ଥୀ ଚୟନ କରିବେ, ଜିଲ୍ଲା ସହ ରାଜ୍ୟ ଓ ଦେଶର ଗଣତନ୍ତ୍ରକୁ ସୁଦୃଢ କରିବେ ସେଥିପାଇଁ ଜିଲ୍ଲାରେ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମନୋଜ ସତ୍ୟବାନ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ମଇ ୧୩ ତାରିଖରେ ଜିଲ୍ଲାର ମୋଟ ୮୮୩ ଗୋଟି ବୁଥରେ ଏକକାଳୀନ ଲୋକସଭା ସାଂସଦ ଓ ତିନୋଟି ବିଧାନସଭା ନିମନ୍ତେ ବିଧାୟକ ପଦବୀ ନିମନ୍ତେ ସାଧାରଣ ନିର୍ବାଚନ ହେବାପାଇଁ ତାରିଖ ଘୋଷଣା ହୋଇଛି ।

ଗତ ୨୦୧୯ ନିର୍ବାଚନରେ ରାୟଗଡ଼ ଜିଲ୍ଲାରେ ଭୋଟଦାନ ହାର ପଚସ୍ତରୀ ଶତକଡା ଥିବାବେଳେ ଚଳିତ ନିର୍ବାଚନରେ ଯେପରି ରେକର୍ଡ ସଂଖ୍ୟକ ଭୋଟଦାନ ହାର ବୃଦ୍ଧିପାଇବ, ସେଥିପ୍ରତି ଜିଲ୍ଲା ନିର୍ବାଚନ ବିଭାଗ ଚେଷ୍ଟିତ । ଏହା ସହିତ ଜିଲ୍ଲାରେ ସମସ୍ତ ଦିବ୍ୟାଙ୍ଗ, ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ ବୃନ୍ଦ ଯେପରି ସୁବିଧାରେ ଭୋଟଦାନ କରିପାରିବେ ସେଥିପାଇଁ ଗୁରୁତ୍ଵ ଆରୋପ କରିଛନ୍ତି । ଯେଉଁ ଦିବ୍ୟାଙ୍ଗ ଓ ୮୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଭୋଟଦାନ କେନ୍ଦ୍ରକୁ ପହଞ୍ଚିବାରେ ଅକ୍ଷମ , ସେମାନଙ୍କ ପାଇଁ ନିଜ ଘରେ ବସି ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ଭୋଟ ଦାନ ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।WhatsApp Image 2024 04 07 at 14.03.44 ରାୟଗଡା ଜିଲ୍ଲାରେ ଭୋଟର ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ଜିଲ୍ଲାରେ ଥିବା ମୋଟ ସାତ ଲକ୍ଷ ଚାରି ହଜାର ପାଞ୍ଚ ଶହ ତିନି ଜଣ ଭୋଟରଙ୍କୁ ଆଗାମୀ ମଇ ୧୩ ତାରିଖରେ ହେବାକୁ ଥିବା ଗଣତନ୍ତ୍ରର ଏହି ମହାପର୍ବରେ ନିଶ୍ଚିତ ଭାବେ ସାମିଲ ହେବା ନିମନ୍ତେ ଜିଲ୍ଲାପାଳ ଆହ୍ୱାନ କରିବା ସହ ପ୍ରତି ବ୍ଲକ ସ୍ତରରେ ଭୋଟର ସଚେତନତା ରଥ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରିବା ନିମନ୍ତେ ଉଭୟ ଉପଜିଲ୍ଲାପାଳ ଓ ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସଚେତନତା ରଥ ଉଦାଘାଟନ ସମୟରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ନୀହାର ରଞ୍ଜନ କହ୍ନର ଓ କର୍ମକର୍ତ୍ତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ବରାଳ ଓ କର୍ମକର୍ତ୍ତା, ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଡେପୁଟି କଲେକ୍ଟର ପ୍ରଜ୍ଞା ପରମିତା, ସହକାରୀ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା ଓ ତାଙ୍କ କର୍ମକର୍ତ୍ତା, ରାୟଗଡା ବିଡିଓ ଅମୂଲ୍ୟ କୁମାର ସାହୁ ଓ କର୍ମଚାରୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର, ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।