କିଣିକିଣା ୱାକର୍ଷ କ୍ଲବ୍ ର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

0
306

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୮/୦୪) : ରାୟଗଡା ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ କିଣିକିଣା ୱାକର୍ଷ କ୍ଲବ୍ ପକ୍ଷରୁ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।କିଣିକିଣା

ସଂପାଦକ ସୁରେଶ ଚନ୍ଦ୍ର ପଣ୍ଡା (ଲୁଲୁ ପଣ୍ଡା) ଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ କିଶୋର ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟ ମିଶ୍ର, ଶ୍ରୀଯୁକ୍ତ ରାଜ କିଶୋର ସାହୂ, ଶ୍ରୀଯୁକ୍ତ ବିପିନ ବିଶୋଇ, ଶ୍ରୀଯୁକ୍ତ ଟୁକୁଲି ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ଶ୍ରୀଯୁକ୍ତ ରଜନୀ କାନ୍ତ ପାଢୀ ଏଵଂ ଶ୍ରୀଯୁକ୍ତ ସତ୍ୟ ମିଶ୍ର ଜାତୀୟ ସଙ୍ଗୀତ ଗାନ କରିଥିଲେ। ସଂପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ଡା ବୈଠକ ପରିଚାଳନା କରିଥିଲେ । ବୈଠକରେ ଶ୍ରୀଯୁକ୍ତ ପଣ୍ଡା ସଙ୍ଗଠନକୁ ସୁଦୃଢ଼ କରିବା ସହ ଯେଉଁସବୁ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ କରାଯିବ ସେ ନେଇ ନିଜର ବକ୍ତବ୍ୟରେ ମତ ରଖିଥିଲେ ।

ଯଥା କିଣିକିଣା ୱାକର୍ଷ କ୍ଲବ୍ ଆନୁକୁଲ୍ୟରେ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ, କ୍ଲବ୍ ର ସଦସ୍ୟତା ଶୁଳ୍କ ଆଜୀବନ ପାଇଁ ୧୧୦୦ଟଙ୍କା ରଖା ଯାଇଛି । ଗ୍ରୀଷ୍ମ ପ୍ରବାହ ଅଧିକ ଥିବା ଯୋଗୁଁ ରାସ୍ତାର ପଥିକ ମାନଙ୍କ ପାଇଁ ଜଳଛତ୍ର କରି ପିଇବା ପାଣି ର ବ୍ୟବସ୍ତା, ପରିବେଶକୁ ସୁନ୍ଦର ଓ ସୁସ୍ଥ ରହିବା ପାଇଁ ଜଙ୍ଗଲ ଓ ପାହାଡ଼ରେ ଗଛ ଲଗାଇବା, ସ୍ଥାନୀୟ ଅଞ୍ଚଳ ଏବଂ ନିଜ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ କରିବା, ତତ୍ ସହିତ ସ୍କୁଲରେ ପଢୁଥିବା ଗରୀବ ପିଲା ମାନଙ୍କୁ ଖାତା, ପେନ୍, ପେନସିଲ ବଣ୍ଟନ କରିବା, ପର୍ବପର୍ବାଣୀ ସମୟରେ କୌଣସି ବୃଦ୍ଧାଶ୍ରମର ଅନ୍ତେ ବାସୀଙ୍କୁ ମିଷ୍ଠାନ ଓ ଖାଦ୍ୟ ବଣ୍ଟନ କରିବା ସହ ଅନାଥ ଆଶ୍ରମ ପିଲାଙ୍କୁ ମଧ୍ୟ ପର୍ବ ପର୍ବାଣୀରେ ଚକଲେଟ, ବିସ୍କୁଟ ଓ ମିଷ୍ଠାନ୍ନ ବଣ୍ଟନ କରାଯିବ ବୋଲି କହିଥିଲେ ।

ବର୍ଷକୁ ଦୁଇ ଥର ରକ୍ତ ଦାନ ଶିବିର ଆୟୋଜନ ଓ helath chek up camp କରାଯିବ ବୋଲି କହିଛନ୍ତି ।
ୱାକର୍ସ କ୍ଲବ ସଭାପତି ଶ୍ରୀଯୁକ୍ତ ରବି ମହାପାତ୍ର ସଙ୍ଗଠନକୁ ଆଗକୁ ବଢ଼ାଇବା ଦିଗରେ ଅଧିକ ତତ୍ପରତା ଦେଖାଇବା ସହ ପ୍ରତ୍ୟେକ ଦିନ ସକାଳୁ ସଂଧ୍ୟା ଶରୀର ସୁସ୍ଥ ରହିବା ପାଇଁ ୱାକିଂ କରିବା ଓ ଧ୍ୟାନ ଯୋଗ ପ୍ରାଣାୟମ ମଧ୍ୟ କରାଯାଉଅଛି ବୋଲି କହିଛନ୍ତି । ସମସ୍ତ ସଦସ୍ୟ ମାନଙ୍କ ସହୋଜଗ ସଂଘଠନକୁ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ମତ ଦେଇଛନ୍ତି । ଏହି ୱାକର୍ଶ କ୍ଲବର ଆଲୋଚନା ବୈଠକ ୨୦ତାରିଖରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଥିଲା। ଏପ୍ରିଲ ପହିଲା ଦିନ କିଣିକିଣା ୱାକର୍ସ କ୍ଳବ୍ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିଲା ।

ଏହି ପବିତ୍ର ପାବନ ଦିନରେ ଉତ୍କଳର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଉତ୍କଳ ବିରପୁତ୍ର ମାନଙ୍କ ଗାଥା ବିଷୟରେ ବରିଷ୍ଠ ଆଇନଜୀବି ଟୁକୁଲି ପାଢୀ ଓ ସତ୍ୟ ମିଶ୍ର ବର୍ଣ୍ଣନା କରିଥିଲେ । ଏହି ସାଧାରଣ ବୈଠକରେ ଉପ ସଭାପତି ହରିଶ୍ଚନ୍ଦ୍ର ପାଢି (ବୁଲା ପାଢୀ), ରମେଶ ଚନ୍ଦ୍ର ମିଶ୍ର, ସତ୍ୟ ପାଢୀ, ସହ ସଂପାଦକ ଦେବଦତ୍ତ ନନ୍ଦ, ଉପଦେଷ୍ଟା ରଜନିକାନ୍ତ ପାଢୀ ଓ ରାଜ୍ କିଶୋର ସାହୂ, ସତ୍ୟ ନାରାୟଣ ମିଶ୍ର, କୋଷାଧ୍ୟକ୍ଷ ଜିତୁ ରଥ, ଜୋଲି ୱାକର୍ସ ତପନ ଦାସ୍, ବାପୀ ପାଳ, ଗୋପିନାଥ ଗୌଡ଼ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କ୍ଲବ ଆଗାମୀ ଦିନରେ ରାୟଗଡା ଜିଲ୍ଳାର ଏକ ପ୍ରମୁଖ କ୍ଲବ ରୂପେ ପରିଗଣିତ ହେବ । ମୁଁ ଏବଂ ଆମ କ୍ଲବ ର ପ୍ରତ୍ୟକ ସଦସ୍ୟ ଓ ଉପଦେଷ୍ଟା ମାନଙ୍କ ଆଦେଶ ଓ ନିର୍ଦ୍ଧେଶରେ ଏହି ସଙ୍ଗଠନକୁ ସୁଚାରୁ ରୁପେ ତୁଲାଇବା ସହ ସମ୍ପୂର୍ଣ ରୂପେ ଏହି ସଙ୍ଗଠନ ନିଃସ୍ଵାର୍ଥ ସେବା ମନବୃତ୍ତି ରଖି ଆଗକୁ ବଢ଼ିବୁ ବୋଲି ଆମ୍ଭ ମାନଙ୍କର ଆଶା ଓ ବିଶ୍ୱାସ ରହିଛି ବୋଲି ସଂପାଦକ ସୁରେଶ ଚନ୍ଦ୍ର (ଲୁଲୁ) ପଣ୍ଡା କହିଛନ୍ତି । ଶେଷରେ ଜୋଲି ୱାକର ତପନ ଦାସ ସଭା ସାଙ୍ଗ କରିବା ସହ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।