କଣ୍ଟେନର ଧକ୍କାରେ ୪ ଜଣ ଗୁରୁତର, ଡ୍ରାଇଭର ଅଟକ

0
28
କଣ୍ଟେନର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୦୮/୦୪) : ରାଜଧାନୀରେ ପୁଣି ଆଉ ଏକ ହିଟ ଆଣ୍ଡ ରନ ଘଟଣା । ୪ ଜଣଙ୍କୁ ଧକ୍କା ଦେଇ ଖସି ପଳାଇ ଥିଲା କଣ୍ଟେନର ।

ପଳାଶୁଣୀ ଛକରୁ କଣ୍ଟେନରକୁ ଜବତ କଲା ସହିଦନଗର ଥାନା ପୋଲିସ । କଣ୍ଟେନର ଡ୍ରାଇଭର ଅଟକ । ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଣୀବିହାର ସତସଙ୍ଗ ମନ୍ଦିର ନିକଟରେ ରାସ୍ତା ପାରି ହେଉଥିବା ବେଳେ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା କଣ୍ଟେନର ।