ପୁଣି ଭାରରେ ବୁହାହେଲେ ଗର୍ଭବତୀ

0
22
ପୁଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୦୮/୦୪) : ପୁଣି ଭାରରେ ବୁହାହେଲେ ଗର୍ଭବତୀ । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନୁବିରିଡା ଜନନୀ ଜନ୍ତ୍ରଣା ।

ଗାଁ’ର ଶ୍ୟାମ ଦୁରୁଆଙ୍କ ପତ୍ନୀ ଆପାଲାମା ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ରହିଯାଇଥିଲା ଆମ୍ବୁଲାନ୍ସ । ଫଳରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟା ମାନେ ଭାରରେ ୪ କିମି ବୋହି ନେଇଥିଲେ । ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଜନବାଇ ଡାକ୍ତରଖାନା ଓ ପରେ ଚିତ୍ରକୋଣ୍ଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ପ୍ରସୂତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି ।