ସ୍କୁଟି ସହ କେନାଲକୁ ଖସି ପଡ଼ିଲେ ଯୁବକ; ମିଳୁନି ପତ୍ତା

0
25
ସ୍କୁଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୮/୦୪) : ସ୍କୁଟି ସହ କେନାଲକୁ ଖସିପଡ଼ିଲେ ଯୁବକ । ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ପୁରୀ ମେନ୍‌ କେନାଲରେ ଏହି ଅଘଟଣ ଘଟିଛି ।

ନିଖୋଜ ଯୁବକ ଜଣଙ୍କ ହେଲେ ନଖରା ଅଞ୍ଚଳର ରାକେଶ ସାହୁ । ସେ ନରାଜ ନିକଟରେ ଥିବା ଓମଫେଡ ପ୍ଲାଣ୍ଟରେ କାମ କରନ୍ତି । ସୂଚନା ଅନୁସାରେ, ଗତକାଲି ରାତିରେ ରାକେଶ ସ୍କୁଟି ନେଇ ଘରୁ ଯାଉଥିଲେ । ଏହି ସମୟରେ ସେ ପୁରୀ ମେନ୍ କେନାଲକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ କେନାଲରୁ ତାଙ୍କ ସ୍କୁଟି ଉଦ୍ଧାର କରିଥିବା ବେଳେ ଏପର୍ଯ୍ୟନ୍ତ ରାକେଶଙ୍କ ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ରାକେଶଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ପତ୍ତା ମଳିନାହିଁ । କିପରି କେଉଁ ପରିସ୍ଥିତିରେ ରାକେଶ କେନାଲ ଭିତରକୁ ଖସି ପଡ଼ିଲେ ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।