“ବଡ଼ଉଡାର ବିଦ୍ୟାଳୟରେ ପରିବେଶ ଓ ଗାଁ ପରିମଳ ଉପରେ ସଚେତନତା କାର୍ଯ୍ୟକ୍ରମ

0
32
ବଡ଼ଉଡାର

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୮/୪) : ମୁରିବାହାଲ ବ୍ଲକ ଟୁପାଉଡ଼ାର ଗ୍ରାମ ପଞ୍ଚାୟତ ବଡ଼ଉଡାର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପରିବେଶ ଓ ଗାଁ ପରିମଳ ଉପରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଓଡିଶୀ ସଂଗୀତ ଗୁରୁ ପ୍ରକୃତି ବନ୍ଧୁ ରବୀନ୍ଦ୍ର ସାଏ ଙ୍କ ନେତୃତ୍ବରେ ମାକ୍ରିପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଯଶୋବନ୍ତି ରଣା ଗାଁ ରାସ୍ତାଘାଟ ନିର୍ମଳ ଓ ପରିବେଶ” “ଉପରେ ସମ୍ବଲପୁରୀ ଓଡ଼ିଆ ଚୁଟକୁଲା ଢଗ ଡାଏଗା ଟପା ଆଦି ମାଧ୍ୟମରେ ସମସ୍ତଙ୍କ ସମ୍ମୁଖରେ ପରିବେଷଣ କରି ସଚେତନର ବାର୍ତ୍ତା ଦେଇଥିଲେ । ବଡ଼ଉଡାର ବିଦ୍ୟାଳୟର” “ଛାତ୍ରୀ ସୁଷମା ରଣା, ସସ୍ମିତା ରଣା , ଭାରତୀ ମହାକୁର ପ୍ରମୁଖ ନୃତ୍ୟ ମାଧ୍ୟମରେ ସଚେତନ କରିଥିଲେ । ଶିକ୍ଷକ ଗୋସିଂହ ପ୍ରଧାନୀ, ଚନ୍ଦନ କୁମାର ବେହେରା , ଚୁଡାମଣି ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରୀ ଯଶୋବନ୍ତି ରଣାଙ୍କୁ ଏକ ମାନପତ୍ର ପ୍ରଦାନ କରି ସମ୍ଭର୍ଦ୍ଧିତ କରାଯାଇଥିଲା ।”