“ଚିକିନିବାହାଲି ଗ୍ରାମରୁ ଅଟୋ ସହ ସ୍ଵାମୀ ଘରୁ ଫେରାର : ସ୍ତ୍ରୀଙ୍କ ଥାନାରେ ଲିଖିତ ଅଭିଯୋଗ

0
59
ଚିକିନିବାହାଲି

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୯/୪) : ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମର ଜଣେ ବ୍ୟକ୍ତି ନିଜର ଅଟୋ ସହ ଘରୁ କେଉଁଆଡେ ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ ଏକ ନିଖୋଜ ଅଭିଯୋଗ କରିଛନ୍ତି ।WhatsApp Image 2024 04 09 at 10.07.55 "ଚିକିନିବାହାଲି ଗ୍ରାମରୁ ଅଟୋ ସହ ସ୍ଵାମୀ ଘରୁ ଫେରାର : ସ୍ତ୍ରୀଙ୍କ ଥାନାରେ ଲିଖିତ ଅଭିଯୋଗ

ଚିକିନିବାହାଲି ଗ୍ରାମର ଗଙ୍ଗା କୁମ୍ଭାର (୩୫) ନାମ୍ନୀ ଜଣେ ବିବାହିତା ମହିଳା ମୁରିବାହାଲ ଥାନାରେ ଦେଇଥିବା ଏତଲା ମୁତାବକ ତାଙ୍କ ସ୍ଵାମୀ ହିରନ କୁମ୍ଭାର(୩୮) ଗତ ୩ ତାରିଖ ଦିନ ସକାଳ ୮ଘଣ୍ଟା ସମୟରେ ତାଙ୍କ ଘରୁ ନିଜର ଅଟୋ ଓଡ଼ି ୩ ଆର୍‌ ୭୨୦୯ ନେଇ ଟିଟିଲାଗଡ ଯାଇଥିଲେ । କିନ୍ତୁ କିଛି ଦିନ ପରେ ବି ସେ ଆଉ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ମୁରିବାହାଲ ଥାନାରେ ଏକ ନିଖୋଜ ଲିଖିତ ଆକାରରେ ଦେଇଛନ୍ତି । ତାଙ୍କ ସ୍ଵାମୀ ଏକ ମୋବାଇଲ ଧରିଥିବା ବେଳେ ଏହାର ନମ୍ବର ମଧ୍ୟ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ସ୍ଵାମୀ ଘରୁ ବାହାରି ଆଉ ଘରକୁ ଫେରି ନ ଥିବାରୁ ସ୍ତ୍ରୀଙ୍କ ସହ ପରିବାର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବାରୁ ସ୍ଵାମୀଙ୍କ ନିଖୋଜ ନେଇ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ଏ ସମ୍ପର୍କରେ ମୁରିବାହାଲ ଥାନା ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ୪ଟି ସନ୍ତାନ ଥିବା ଜଣାପଡିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।”