ନିର୍ବାଚନ ରଣାଙ୍ଗନରେ ବିଜେପି ସାଂସଦ; କର୍ମୀଙ୍କ ସହ ସୈାଜନ୍ୟ ମୂଳକ ସାକ୍ଷାତ ପାଇଁ ଗୁଣପୁର ଗସ୍ତ

0
88
ନିର୍ବାଚନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୪) : ବାଜିଲାଣି ନିର୍ବାଚନ ଵିଗୁଲ , ରଣ କ୍ଷେତ୍ରରେ ପୁଳା ପୁଳା ନେତାଙ୍କ ସହ ଅସୁମାରୀ ପ୍ରତିଶ୍ରୁତି ।WhatsApp Image 2024 04 09 at 10.09.39 1 ନିର୍ବାଚନ ରଣାଙ୍ଗନରେ ବିଜେପି ସାଂସଦ; କର୍ମୀଙ୍କ ସହ ସୈାଜନ୍ୟ ମୂଳକ ସାକ୍ଷାତ ପାଇଁ ଗୁଣପୁର ଗସ୍ତ

ଆଜି ବିଜେପି ଲୋକସଭା ପ୍ରାର୍ଥୀ କାଳୀରାମ ମାଝୀ କର୍ମୀଙ୍କ ସହ ସୈାଜନ୍ୟ ମୂଳକ ସାକ୍ଷାତ କରିବା ପାଇଁ ଗୁଣପୁର ଗସ୍ତ କରିଥିଲେ । ଏ ଅବସରରେ ରାମନାଗୁଡା, ପଦ୍ମପୁର, ଗୁଣପୁର, ଜଗନ୍ନାଥପୁର ଅଞ୍ଚଳରେ ସଭାର ଆୟୋଜନ କରି ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଗଧାଡିର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ମୁଦା କରି ପ୍ରତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ ।

ଯେପରି ଏଥର ଡବଲ ଇଞ୍ଜିନ ସରକାର ଗଠନ ହୋଇପାରିବ ସେଥିପାଇଁ ପ୍ରାଣପଣେ ଚେଷ୍ଟା କରିବାକୁ କହିଥିଲେ । ଅନ୍ୟ ପକ୍ଷରେ ବିଜେପି ବିଧାୟକ ପ୍ରାର୍ଥୀ ତ୍ରୀନାଥ ଗମାଙ୍ଗଙ୍କ ନାଁ ଘୋଷଣା ପରେ ପ୍ରତି ପଞ୍ଚାୟତକୁ ଯାଇ କର୍ମୀଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଉଦୟ ପାଢ଼ୀ, ବଦ୍ରିନାଥ ମହାନ୍ତି, ପ୍ରମୋଦ ସାହୁ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।