ହିନ୍ଦୁ ନବ ବର୍ଷ ଓ ଉଗାଦି ପାଇଁ କାଶୀନଗର ଉତ୍ସବ ମୁଖର

0
56
ହିନ୍ଦୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୪) : ଆଜି ପବିତ୍ର ହିନ୍ଦୁ ନବ ବର୍ଷ ଓ ଉଗାଦି ପାଇଁ କାଶୀନଗର ସହର ଉତ୍ସବ ମୁଖର ହୋଇ ଉଠିଛି ।

କାଶୀନଗର ଅଂଚଳ ରେ ତେଲେଗୁ ଭାଷା ଭାଷୀ ଲୋକ ଟିକେ ଅଧିକ ରୁହନ୍ତି, ଯେହେତୁ ଆନ୍ଧ୍ର ସୀମା ଅତି ନିକଟତର, ଏଣୁ ଏଠାରେ ଆନ୍ଧ୍ର ର ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳେ । ଆଜି ହିନ୍ଦୁ ମାନଙ୍କ ନବ ବର୍ଷ ଓ ଉଗାଦି ପର୍ବ ତେଲୁଗୁ ମାନଙ୍କ ଏକ ମୁଖ୍ୟ ପର୍ବ । ଆଜି ତେଲୁଗୁ ଭାଇ ଭଉଣୀ ମାନେ ପ୍ରାତଃ ସ୍ନାନ ସାରି ନୂଆ ବସ୍ତ୍ର ପିନ୍ଧିବା ଶହ ବିଭିନ୍ନ ମନ୍ଦିର ରେ ପୂଜା ଅର୍ଚନା କରିବା ଶହ ଝିଅ ଓ ଜ୍ୱାଇଁ କୁ ନିମନ୍ତ୍ରଣ କରାଯାଏ ।ନୂଆ ଗାଡି କ୍ରୟ, ବିକ୍ରୟ କରନ୍ତି, ଆଜି ର ଦିନରେ ଶୁଭ ପାଇଁ ହଳଦୀ ଓ ସୁନା କ୍ରୟ କରିଲେ ଘର ପାଇଁ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

କିନ୍ତୁ ଚଳିତ ବର୍ଷ ସୁନା ଦର ଆକାଶ ଛୁଆଁ ହୋଇଛି, ଏଣୁ ସାଧାରଣ ଲୋକ ସୁନା କିଣିବା ସ୍ବପ୍ନ ହୋଇପଡିଛି । ମୋଟ ଉପରେ ଆଜି ତେଲୁଗୁ ମାନେ ଆଜି ଆନନ୍ଦ ର ଶହ ଏହି ପର୍ବ କୁ ପାଳନ କରୁଛନ୍ତି । ଆଜି ଓଡ଼ିଆ ମାନେ ଦଳ ପୂର୍ଣ୍ଣିମାକୁ ଯେଭଳି ପଞ୍ଜିକା ପାଠ କରନ୍ତି ସେଭଳି ଉଗାଦି ରେ ପଞ୍ଜିକା ପାଠ କରନ୍ତି ।