ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ଝାମ୍ପି ନେଲେ ୪ ଲକ୍ଷ

0
42
ବ୍ରଏଲର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୯/୦୪) : ଦିନ ଦି’ ପହରରେ ହୋଇଛି ଲୁଟ୍‌ । ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ଝାମ୍ପି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା

ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମାଡ଼ ମାରି ଟଙ୍କା ବ୍ୟାଗ ଝାମ୍ପି ନେଲେ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏପରି ଅଭିଯୋଗ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରୁ ଆସିଛି । ହଳଦିଆ ଗାଁ’ର ସୋନା ଟ୍ରେଡର ନାଁରେ ଏକ ବ୍ରଏଲର କୁକୁଡ଼ା କମ୍ପାନୀ ରହିଛି । ସେହି କମ୍ପାନୀର କଲେକ୍‌ସନ୍‌ ଏଜେଣ୍ଟ ଭାବେ କାମ କରୁଥିଲେ ଆଲମ ଗିରି । ସବୁଦିନ ପରି ସେ ଆଜି ବିଭିନ୍ନ ସ୍ଥାନରୁ ଟଙ୍କା କଲେକ୍‌ସନ୍‌ କରି ବାଇକ୍‌ରେ ଫେରୁଥିଲେ । ତେବେ ଭାଟବାଗ ଆମ୍ବତୋଟା ନିକଟରେ ଦୁଇ ଯୁବକ ଆସି ଆଲମ୍‌ଙ୍କୁ ଠେଲି ଦେଇଥିଲେ । ସେ ରାସ୍ତା ପାର୍ଶ୍ୱରେ ପଡ଼ି ଯାଇଥିଲେ ।

ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ । ଲୁଟ୍‌ର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ ଲୋକେ ଶ୍ରୀ ଆଲମ୍‌ଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ଏଥିସହ ପହଞ୍ଚି ସିସିଟିଭିରେ କଏଦ ହୋଇଥିବା ଭିଡିଓର ଯାଞ୍ଚ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଉନି ପୁଲିସ୍‌ ।