ପଣସ ଚୋରିକୁ ନେଇ ମରଣାନ୍ତକ ଆକ୍ରମଣ

0
25
ପଣସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୧/୦୪) : ଗଛରୁ ପଣସ କାଟିନେଇଥିବା ଅଭିଯୋଗ କରି ବୃଦ୍ଧା ମା ଓ ପୁଅ କୁ ପଡୋସୀ ଙ୍କ ମରଣାନ୍ତକ ଆକ୍ରମଣ ।

ଗୁରୁତର ଅବସ୍ଥାରେ ଉଭୟ ମା-ପୁଅ ଡାକ୍ତରଖାନା ରେ ଭର୍ତ୍ତି । ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁ’ର ଅକୃର ବେହେରାଙ୍କ ଗଛରୁ କେହି ପଣସ କାଟି ନେଇଥିଲା । ତେବେ ଗତ କାଲି ସଂନ୍ଧ୍ୟା ରେ ଅକ୍ରୁର ନିଜର ପଡୋଷୀ ବୃଦ୍ଧା ଦେବକି ବେହେରାଙ୍କୁ ପଣସ କାଟିନେଇଥିବା ସନ୍ଦେହ କରି ଗାଳି ଗୁଲଜ କରିଥିଲେ । ସେହି ଘଟଣା କୁ କେନ୍ଦ୍ରକରି ଆଜି ପୁଣିଥରେ ଝଗଡା ହୋଇଥିଲା ।

ଝଗଡା ସମୟରେ ଏକ ଠେଙ୍ଗାରେ ଅକୃର ଦେବକି ଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ, ଏହି ସମୟରେ ଦେବକୀ ଙ୍କ ପୁଅ ନବଘନ ବାହାରି ଆସି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ ଅକୃର।ଉଭୟ ମା ଓ ପୁଅଙ୍କୁ ଗାଁ ଲୋକେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ ପୋଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।