ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ

0
28
ଲକ୍ଷାଧିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୧/୦୪) : ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ଛକ ନିକଟରେ ଏକ ନିଛାଟିଆ ସ୍ଥାନରେ ଥିବା ଚୋରା କୋଇଲା ଡିପୁ ଉପରେ ସିମୁଳିଆ ପୋଲିସର ଚଢ଼ାଉ ।

ଲକ୍ଷାଧିକ ଟଙ୍କାର କୋଇଲା ଜବତ । ସିମୁଳିଆ ଅଞ୍ଚଳରେ ଦୀର୍ଘଦିନଧରି ଚୋରା କୋଇଲା କାରବାର ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ଜାମୁଝାଡ଼ି ଅଞ୍ଚଳରେ ଏକ ନିଛାଟିଆ ସ୍ଥାନରେ ଏକ କୋଇଲା ଡିପୁ ଚାଲିଥିବା ସିମୁଳିଆ ପୋଲିସ ଖବର ପାଇ ଆଜି ଡିପୁ ଉପରେ ଚଢ଼ାଉ କରିଥିଲା । ଡିପୁରୁ ୫୦୦ରୁ ଉର୍ଦ୍ଧ କୋଇଲା ବସ୍ତା ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି । ଭଦ୍ରକ ଅଞ୍ଚଳରୁ ଏହି ଚୋରା କୋଇଲା ଆସୁଥିବା ବେଳେ ସିମୁଳିଆରେ ବିଭିନ୍ନ ଅଞ୍ଚଳରେ ଡିପୁ ଖୋଲି କୋଇଲା ମାଫିଆ ମାନେ ବାହାର ଅଞ୍ଚଳକୁ ଚୋରା ଚାଲାଣ କରିଆସୁଥିଲେ ।