ପୋଖରୀରେ ବୁଡ଼ି ମହିଳା ମୃତ

0
39
ପୋଖରୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୧/୦୪) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଶଙ୍ଖଣା ଗାଁ’ରେ ପୋଖରୀରେ ବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ହେଉଛି ସାବିତ୍ରୀ ପହୀ (୫୦) ।

ତାଙ୍କ ଘର ହେଉଛି ଶଙ୍ଖଣା ଗାଁ’ରେ । ସାବିତ୍ରୀ ଆଜି ସକାଳେ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ସେ ପୋଖରୀରେ ବୁଡ଼ି ଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ସାବିତ୍ରୀ ଘରକୁ ନଆସିବାରୁ ପରିବାର ଲୋକ ଖୋଜିବା ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି କରିବା ପାରେ ପାଇ ନଥିଲେ । ତେବେ ଘର ପାଖରେ ଥିବା ପୋଖରୀକୁ ଯାଇ ଖୋଜିବା ପରେ ଶାବିତ୍ରୀଙ୍କୁ ପାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକୋ ପୋଖରୀରୁ ସାବିତ୍ରୀଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।