ସାମ୍ବାଦିକଙ୍କୁ ଆକ୍ରମଣ : ୪ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ସଦର ଥାନା ପୋଲିସ

0
36
ସାମ୍ବାଦିକଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୧/୦୪) : ସଦରରେ ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଅଭିଯୁକ୍ତ ହେଲେ ଚନ୍ଦନ ପାଲ୍, କ୍ଷୀରୋଦ ପାଲ୍‌, ନନ୍ଦନ ପାଲ୍‌, ପ୍ରେମାନନ୍ଦ ପାଲ୍ ।

ସମସ୍ତଙ୍କ ଘର କାଜିପାଟଣା ଅଞ୍ଚଳରେ । କଟକ ସଦର ଥାନା ଅଞ୍ଚଳରେ ସାମ୍ବାଦିକ ଆରିତ ମାହାପାତ୍ରଙ୍କୁ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଗତକାଲି ରାତିରେ ଆରିତ ଘରକୁ ଫେରୁଥିବା ବେଳେ କାଜିପାଟଣା ଛକରେ ପାଞ୍ଚରୁ ଛଅ ଜଣ ବାଲି ମାଫିଆ ତାଙ୍କ ଉପରେ ଲୁହାରଡ଼ ଓ ପଥରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ସାମ୍ବାଦିକଙ୍କ ହାତ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟି ଯାଇଛି । ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ପୂର୍ବରୁ କାଜିପାଟଣା ଅଞ୍ଚଳରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଆରିତ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ବାଲି ଚୋରା ଚାଲାଣ ବେଳର ଭିଡିଓ ଉତ୍ତୋଳନ କରିବା ବେଳେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଜୀବନରୁ ମରିଦେବାକୁ ମଧ୍ୟ ଧମକ ଦେଇଥିଲେ ବାଲି ମାଫିଆ ।