ବିଷୁବ ବନ୍ଧୁ ମିଳନ ଉତ୍ସବ ୨୦୨୪ ଅନୁଷ୍ଠିତ

0
227
ବିଷୁବ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୨/୦୪) : ବିଷୁବ ବନ୍ଧୁ ମିଳନ ଉତ୍ସବ, ରାୟଗଡା ଠାରେ ଦଳ,ମତ ନିର୍ବିଶେଷରେ ରାୟଗଡା ଠାରେ ଡ଼ଃ ନିରଞ୍ଜନ ପ୍ରସାଦ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜିଲ୍ଳା ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ତରଫରୁ ପିଲା ମାନଙ୍କ ପାଇଁ କନିଷ୍ଠ ଏବଂ ସର୍ବ କନିଷ୍ଠ ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତା, ମହିଳାମାନଙ୍କ ପାଇଁ ଝୋଟି ଏବଂ ଓଡ଼ିଆ ସଜବାଜ ପ୍ରତିଯୋଗିତା ରାୟଗଡ଼ ଉପକଣ୍ଠ ସ୍ଥିତ କୃଷ୍ଣଚନ୍ଦ୍ର ନଗର ଭବନ (ଟାଉନ ହଲ) ଠାରେ ଆୟୋଜିତ ହୋଇଥିଲା।

ପିଲା ମାନଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବକନିଷ୍ଠ ବିଭାଗରେ ଦିବ୍ୟାଂଶୀ ମହାପାତ୍ର ପ୍ରଥମ, ନିଶାନ୍ତ ଦାଶ ଦ୍ଵିତୀୟ, ନାନସୀ ନିରଜା ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ ଏଥିରେ ଭାବନା ଗୌଡ଼ ଏବଂ ଜୟରାମ କୁଲେଶିକା ସାନ୍ତ୍ଵନାମୂଳକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେହିଭଳି କନିଷ୍ଠ ବିଭାଗର ଚିତ୍ରାଙ୍କନ ପ୍ରତିଯୋଗିତାରେ କୃପା ପ୍ରଧାନ ପ୍ରଥମ, ସୁନିତା ଶବର ଦ୍ବିତୀୟ, ସାକ୍ଷୀ ଶିମ୍ରନ ତୃତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଦିଲେଶ୍ଵରୀ ଶା ଏବଂ ଆଲିଶା ସାହୁଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମହିଳା ମାନଙ୍କର ଝୋଟି ପ୍ରତିଯୋଗିତାରେ ସୁନିତା ସାମନ୍ତରାୟ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଲୋପାମୁଦ୍ରା ରଥ ଦ୍ଵିତୀୟ, ସ୍ୱପ୍ନା ଗୌଡ଼ ତୃତୀୟ ସ୍ଥାନରେ ରହିଥିଲେ ଏବଂ ପାୟଲ ଦଳେଇ ଏବଂ ଝୁନୁ ଦଣ୍ଡସେନା ସନ୍ତ୍ଵନାମୂଳକ ପୁରସ୍କାର ପାଇବାକୁ ବିବେଚିତ ହୋଇଥିଲେ ।

ସେହିଭଳି ଭାବେ ମହିଳା ମାନଙ୍କ ପାଇଁ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ନେଇ ହୋଇଥିବା ଓଡ଼ିଆ ସଜବାଜ ପ୍ରତିଯୋଗିତାରେ ଶ୍ରୀମତୀ ମହେଶ୍ଵେତା ପାଣିଗ୍ରାହୀ ପ୍ରଥମ, ଶ୍ରୀମତୀ ପ୍ରଜ୍ଞାନୀ ଲେଙ୍କା ଦ୍ବିତୀୟ ଏବଂ ପ୍ରଦୀପ୍ତା ଦାଶ ତୃତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଶ୍ରୀମତୀ ଅବନ୍ତି ପାଢ଼ୀ ଏବଂ ଶ୍ରୀମତୀ ସରସ୍ୱତୀ ମହାପାତ୍ର ସନ୍ତ୍ଵନାମୂଳକ ପୁରସ୍କାର ପାଇବାକୁ ବିବେଚିତ ହୋଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରୀ ପାଣ୍ଡିଆ, ଶ୍ରୀ କାଳୀ ମାଣ୍ଡାଙ୍ଗି, ଶ୍ରୀମତୀ ସୁଜାତା ଏବଂ ଶ୍ରୀମତୀ ମୀନା କୁମାରୀ ରଥ ପ୍ରମୁଖ ବିଚାରକ ଥିବା ବେଳେ ଝୋଟି ପ୍ରତିଯୋଗିତାରେ ଶ୍ରୀ କାଳୀ ରଥ, ଶ୍ରୀମତୀ ପ୍ରତିମା ପାଣିଗ୍ରାହି, ଶ୍ରୀମତୀ କସ୍ତୁରୀ ସାହୁ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ ।

ସେହିଭଳି ଭାବେ ଓଡ଼ିଆ ସଜାବାଜ ପ୍ରତିଯୋଗିତାରେ ଶ୍ରୀମତୀ ରୀତା ମିଶ୍ର, ଶ୍ରୀ ଗୋବିନ୍ଦ ରଥ, ଶ୍ରୀ ଯୋଗେଶ ପଣ୍ଡା ପ୍ରମୁଖ ବିଚାରକ ଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକୁ ଶ୍ରୀମତୀ ଶୁଭ୍ରା ପଣ୍ଡାଙ୍କ ନେତୃତ୍ୱରେ ସୁଜ୍ଞାନୀ ପାଢ଼ୀ, ମଞ୍ଜୁଳା ମିଣିଆକା, ନମିତା ପାଢ଼ୀ, ଲୀନାସେନାପତି, ରୀତା ମିଶ୍ର, ଅଞ୍ଜଳି ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।