ସଚ୍ଚିକାନ୍ତ ରଥ ଙ୍କ ଅକାଳ ବିୟୋଗ

0
43
ସଚ୍ଚିକାନ୍ତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୨/୦୪) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ହାଟପଦାପଡ଼ା ନିବାସୀ ସଚ୍ଚିକାନ୍ତ ରଥଙ୍କ ବୁଧବାର ରାତି ପ୍ରାୟ ୧୨ ଟା ସମୟରେ ଅକାଳ ବିୟୋଗ ଘଟିଛି ।

ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ମିଷ୍ଟଭାଷୀ, ଉଚ୍ଚଶିକ୍ଷିତ, ଶାନ୍ତି ପ୍ରିୟ, ଧର୍ମ ପରାୟଣ, ସନାତନ ସଂସ୍କୃତି ପ୍ରେମୀ ତଥା ମେଳାପି କାର୍ଯ୍ୟ ଦକ୍ଷ ବ୍ୟକ୍ତି ରୂପେ ପରିଚିତ ଥିଲେ । ସରକାରୀ ଆର୍‌ଏମ୍‌ସି ବିଭାଗ ଚାକିରୀ ରୁ କାର୍ଯ୍ୟ ସମ୍ପନ୍ନ କରି ଅବସର ନେଇଥିଲେ । ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଦାୟିତ୍ବ ବେଶ ସୁଚାରୁ ରୁପେ ସମ୍ପାଦନା କରିବା ରେ ବେଶ ଦକ୍ଷତା ହାସଲ କରି ପାରିଥିଲେ । ଜଣେ ଭଲ ସଂଗଠକ, ମାର୍ଗ ଦର୍ଶକ ଭାବେ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ ମୃତ୍ୟୁ ପରେ ସପରିବାର ତଥା ଜ୍ଞାତି କୁଟୁମ୍ବ ସହ ସ୍ଥାନୀୟ ମୁକ୍ତିଧାମ ଠାରେ ଶେଷ କୃତ୍ୟ ସଂପନ୍ନ କରାଯାଇ ଥିଲା ।