ଦୀପ ତଳେ ଅନ୍ଧାର;ମୌଳିକ ଅଧିକାର ରୁ ବଞ୍ଚିତ ବରିଭଟ୍ଟା ଗାଁ

0
63
ଦୀପ

ରିପୋର୍ଟ : ନରୋତ୍ତମ ପାଢ଼ୀ
କଲ୍ୟାଣସିଂହପୁର, (୧୩/୪) : ସନ୍ଧ୍ୟା ହେଲେ ଅନ୍ଧାରି ରାଜ । ମୌଳିକ ଅଧିକାର ରୁ ବଞ୍ଚିତ ବରିଭଟ୍ଟା ଗାଁ ଏ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଆଜି ମଧ୍ୟ ବିଜୁଳି ଆଲୁଅ ଭଳି ମୌଳିକ ସୁବିଧା ରୁ ବଂଚିତ ଅନେକ ଗାଁ ।

ଦୀପ ତଳେ ଅନ୍ଧାର, ମୌଳିକ ଅଧିକାର ରୁ ବଞ୍ଚିତ ବରିଭଟ୍ଟା ଗାଁ । ସେଇ ଭାତ ହାଣ୍ଡି ରୁ ଗୋଟାଏ ଚାଉଳ ଭଳି କଲ୍ୟାଣସିଂହପୁର ବ୍ଳକ ସିଙ୍ଗାରି ପଞ୍ଚାୟତର ବରିଭଟ୍ଟା ଗାଁ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଆସେ ଏହି ଗାଁ ଦ୍ୱୀପ ର ମିଞ୍ଜି ମିଞ୍ଜି ଆଲୁଅରେ ନିଜ ଭବିଷ୍ୟତ ଖଜୁଛନ୍ତି ଏଠାକାର ଛାତ୍ର ଛାତ୍ରୀ ତେଲ ଥିବା ଯାଏଁ ପାଠ ପଢ଼ନ୍ତି ତେଲ ସରିଗଲେ ପାଠ ପଢ଼ା ଠପ । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢ଼ା ସାରିଦିନ୍ତି ଆଉ ସନ୍ଧ୍ୟା ପରେ ଏଭଳି ଅନ୍ଧାର ରେ ରାତି ବିତାଉଛନ୍ତି । ଗାଁ ଲୋକେ କେବଳ ବିଜୁଳି ଆଲୁଅ ନୁହେଁ ଗାଁ କୁ ଯିବା ପାଇଁ ପକା ରାସ୍ତା ଟିଏ ନାହିଁ । ଗ୍ରୀଷ୍ମ ଋତୁରେ ଚଳିଯାଏ କିନ୍ତୁ ବର୍ଷା ଦିନରେ ଅନେକ ଦୁର୍ଦଶା ଭୋଗୁଛନ୍ତି ଗାଁ ଲୋକେ ।

ସାମାନ୍ୟ ଅସୁସ୍ଥତା ହେଉ କିମ୍ଵା ଗର୍ଭବତୀ ମହିଳା ସେମାନଙ୍କୁ ଖଟିଆ ହିଁ ଭରସା । ସମସ୍ୟା ଏତକି ରେ ସାରିନାହଁ ଗାଁ’ରେ ଥିବା ଏକମାତ୍ର ସଲାର ଚାଳିତ ନଳକୂପ ଅଚଳ ହୋଇ ଏକ ମାସ ବିତିଗଲାଣି କିନ୍ତୁ ପ୍ରଶାସନ କିମ୍ବା ନେତା କାହାରି ଧ୍ୟାନ ନାହି । ଚଳିତ ବର୍ଷ ନିର୍ବାଚନ ରେ ଭୋଟ୍ ନ ଦେବାକୁ ସିଧା ସିଧା ଶୁଣେଇଛନ୍ତି ଗ୍ରାମବାସୀ । ଏ ସବୁ ସମସ୍ୟା ନେଇ ସ୍ଥାନୀୟ ନେତା ବ୍ଲକ ପ୍ରଶାସନ ପରେ ଜିଲ୍ଲା ପ୍ରଶାସନ ନିକଟକୁ ଅନେଥର ଗୁହାରି ପରେ ମଧ୍ୟ ସମସ୍ୟା ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଗାଁ କୁ ରାସ୍ତା ନଥିବାରୁ ଗାଁ କୁ ପହଂଚି ପାରୁନାହିଁ ବିକାଶ ।ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଗାଁ ରେ ପହଞ୍ଚିବ ଏବଂ କେବେ ଗାଁ’ର ମୌଳିକ ସମସ୍ୟା ଦୂର ହେବ । ଗ୍ରାମର କୁନାକା ସନ୍ଦେରା, ସୀତାନୁ କରସିକା, କୁନାକା ରାଣୀମା, କୁନାକା ସାଜେ, ରାଇସିଙ୍ଗ କରସିକା ଅଭିଯୋଗ କରିଛନ୍ତି ।