ଶେଷ ହେଲା ୨୧ ଦିନିଆ ଦଣ୍ଡ ଯାତ୍ରା

0
32
ଶେଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୧୪/୦୪) : ପୁରୁଷୋତ୍ତମପୁର ସହର ରେ ଦୀର୍ଘ ୨୧ ଦିନଧରି ଚାଲିଥିବା ମା ରୁଦ୍ର, କାଳୀ ଙ୍କ ପ୍ରସିଦ୍ଧ କଠିନ ଦଣ୍ଡଯାତ୍ରା ରବିବାର ଦିନ ପରିସମାପ୍ତି ଘଟିଛି । ଏହି ୪ ଗୋଟି ମେରୁଯାତ୍ରା ରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।WhatsApp Image 2024 04 14 at 18.43.37 ଶେଷ ହେଲା ୨୧ ଦିନିଆ ଦଣ୍ଡ ଯାତ୍ରା

ସେହିପରି ସହରରେ ଆଖ ପାଖରେ ଥିବା ପଞ୍ଚାୟତ ଯଥା ଶିକୁଳା, ଜାମୁନି, ଆଛୁଲି, ଭାଟ କୁମାରଡ଼ା, ମୋଡାବାଇ, ରାଉଳ ପଲି, ଗ୍ରାମ ଗୁଡାକରେ ମଧ୍ୟ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି । ପ୍ରତ୍ୟୁଷରୁ ମା ଦଣ୍ଡକାଳୀ ସହରରେ ଥିବା ତିନୋଟି କାଳୀ ମନ୍ଦିର ତଥା ଗୌଡ଼ ପୁଞ୍ଜା, ଧୋବା ପୁଞ୍ଜା ଏବଂ ତେଲି ପୁଞ୍ଜା ୨ ଗୋଟିରୁ ଗୋଟିଏ ଆଛୁଲି ପଞ୍ଚାୟତ ଅଫିସ ନିକଟରେ ମେରୁ କରୁଛନ୍ତି । ସବୁ ପୁଞ୍ଜା ନିଜ ନିଜ ମନ୍ଦିରରେ ପହଞ୍ଚିଥିଲେ, ଏବଂ ଅନ୍ୟ ପୁଞ୍ଜା ସହରରେ ସକାଳୁ, ସକାଳୁ ହିଁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଘଣ୍ଟ, ଢୋଲ ଏବଂ ହୁଳହୁଳି ଶଦ୍ଧ ସହ “ଶ୍ରୀ ଶ୍ରୀ କଳା ରୁଦ୍ରମଣିକି ଭଜ ହେ “ଡାକରେ ସହର ପ୍ରକମ୍ଫିତ ହୋଇଥିଲା ।

ସହରର ବିଭିର୍ଣ୍ଣ ସ୍ଥାନରେ ଧୂଳିଦଣ୍ଡ,ଏବଂ ଅପରାହ୍ନ ରେ ପାଣିଦଣ୍ଡ ନୀତି ଓ ମାନସିକଧାରୀଙ୍କ ନୀତି ସଂପନ୍ନ ହୋଇଥିଲା । ତାପରେ ଆରମ୍ଭ ହୋଇ ଥିଲା ଅଗ୍ନି ଦଣ୍ଡ, ମେରୁ ଖୁଣ୍ଟ ରେ ପାଟ ଦଣ୍ଡୁଆ ଙ୍କ ଅଗ୍ନି ପରୀକ୍ଷା ପରେ ଆସିଥିବା ଭକ୍ତ ମାନେ ଭୋଗ ରାଗ କରି ମାଙ୍କ ଶରଣ ପସି ନିଜର ତଥା ଜଗତ ଓ ବିଶ୍ୱର ମଙ୍ଗଳ କାମନା କରିଥିଲେ । ଅନ୍ୟ ପକ୍ଷରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା| ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ସହରର ପ୍ରତ୍ୟେକ ଛକରେ ସ୍ବେଛାସେବୀ ମାନଙ୍କ ଦ୍ଵାରା ସହସ୍ରାଧିକ ଭକ୍ତ ମାନଙ୍କ ପାଇଁ ନବାତ ପଣା, ଛେନା ପଣା, ଲେମ୍ଭୁ ପଣା, ଦହି ପଣା ସହିତ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା ।

ଏହି ସବୁ ବ୍ୟବସ୍ଥା ସୁନ୍ଦର ଭାବେ ଆୟୋଜନ କରି ଶ୍ରଦ୍ଧାଳୁ ମାନଙ୍କୁ ଖୁସି କରିଦେଇଥିଲେ ସହର ବାସୀ,ଏବଂ ପ୍ରତ୍ୟୋକ ମେରୁ ପୁଞ୍ଜା ର କମିଟ ଓ ସଦସ୍ୟ ମାନେ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିଥିଲେ, ଶେଷରେ ଭକ୍ତ ମାନେ ଭୋଗ କରିଥିବା ପ୍ରସାଦ ନେଇକି ଆନନ୍ଦରେ ନିଜ ନିଜ ଗ୍ରାମକୁ ଫେରିଥିଲେ ।ଯାହାଦ୍ୱାରା ଦୀର୍ଘ ଦିନର ଏହି ଦଣ୍ଡ ଯାତ୍ରା ଉଦଯାପିତ ହୋଇଛି ।

ଏହାସହ ଆଜି ପ୍ରଭୁ ମହାବୀର ଙ୍କ ଜୟନ୍ତୀ ହେଉ ଥିବାରୁ ପୁରୁଷୋତ୍ତମପୁର ସହର ମଧ୍ୟ ଭାଗ ରେ ଥିବା ହନୁମାନ ମନ୍ଦିର ରେ ହନୁମାନ ଚାଳିଶା ଓ ହୋମ, ଜଜ୍ଞ, ପୁଜା, ପାଠ ବ୍ରାହଣ ଙ୍କ ଦ୍ୱାରା କରାଯାଇ ପ୍ରସାଦ ବିତରଣ କରାଯାଇଥିଲା । ସକାଳୁ ମନ୍ଦିର ରେ ଦୀପ ଲଗାଇ ହନୁମାନ ଙ୍କ ଚରଣ ରେ ଭକ୍ତ ମାନେ। ଏହାର ମୁଖ୍ୟ ପୂଜାରୀ ପ୍ରଫୁଲ କୁମାର ଦାଶ ଙ୍କ ତତ୍ୱା ବଧାନ ଏବଂ ଅନ୍ୟ ସହର ବାସୀଙ୍କ ସଂଯୋଜନା ରେ ଏହା କାର୍ଯ୍ୟ କାରି ହୋଇ ଥିଲା ।