ଫ୍ୟାନ୍‌ ସଜାଡ଼ୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

0
33
ଫ୍ୟାନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୪/୦୪) : ଗାଁ ମଣ୍ଡପରେ ଲାଗିଥିବା ଫ୍ୟାନ୍‌ ସଜାଡୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ।

ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ୍‌ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏପରି ଖବର କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରୁ ଆସିଛି।ତେଲକୋଇ ଥାନା କଳାପୋଖରୀ ଗାଁ ମଣ୍ଡପରେ ଲାଗିଥିବା ଫ୍ୟାନ୍‌ଟି ଖରାପ ହୋଇଥିଲା । ପ୍ରବଳ ଗରମ ହେଉଥିବାରୁ ସେଠାରେ ବସି ହେଉନଥିଲା । ତେଣୁ ଗାଁ’ର ଯୁବକ ପ୍ରଦୀପ କିଶାନ୍‌ ଆଜି ଫ୍ୟାନ୍‌ ସଜାଡୁ ଥିଲେ। ଅସାବଧାନତା ଯୋଗୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଆସିଥିଲେ । ତାଙ୍କୁ ଗୁରୁତର ଅସୁସ୍ଥରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କର ତାଙ୍କୁ ମୃତ ଘୋଷଣା କରିଥିଲେ ।