ପାଣି ସମସ୍ୟା ସମାଧାନ ପାଇଁ ଆଶିଥିବା ଗ୍ରାମବାସିଙ୍କୁ ବିଜେଡ଼ି ନେତା ଗୋଡେଇ ପିଟିଥିବା ଦୃଶ୍ୟ ଭାଇରାଲ

0
225
ପାଣି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୫/୦୪) : ପାଣି ସମସ୍ୟା ସମାଧାନ ପାଇଁ ଆଶିଥିବା ଗ୍ରାମବାସିଙ୍କୁ ବିଜେଡ଼ି ନେତା ଗୋଡେଇ ପିଟିଥିବା ଦୃଶ୍ୟ ଭାଇରାଲWhatsApp Image 2024 04 15 at 10.17.05 ପାଣି ସମସ୍ୟା ସମାଧାନ ପାଇଁ ଆଶିଥିବା ଗ୍ରାମବାସିଙ୍କୁ ବିଜେଡ଼ି ନେତା ଗୋଡେଇ ପିଟିଥିବା ଦୃଶ୍ୟ ଭାଇରାଲ

ରାୟଗଡା ଜିଲ୍ଲାର ବିଷମ କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁନିଗୁଡା ବ୍ଲକ ର ରଘୁବାରି ଗ୍ରାମ ବାସୀ ପାନୀୟ ଜଳ ସମସ୍ୟା ନେଇ କେବୀନେଟ ଆଇନ ଓ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ୍ ସାରକୁ ଜଣାଉ ଥିବାବେଳେ ବିଜେଡ଼ି ନେତା ପାଣିଗ୍ରାହୀ ବାବୁ ଉତ୍ୟକ୍ତ ହୋଇ ଗ୍ରାମବାସୀ ଓ ଗ୍ରାମର ବାସିନ୍ଦା ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଥିବା ଘଟଣା ଭିଡିଓ ଭାଏରାଲ ହେବାକୁ ଲାଗିଛି । ସୂଚନା ଅନୁଯାୟୀ କେବୀନେଟ ଆଇନ ଓ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ୍ ସାରକୁ ବର୍ତ୍ତମାନ ର ବିଷମ କଟକ ବିଧାନ ସଭା ପ୍ରାର୍ଥୀ ମଧ୍ୟ ସେ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ କୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟ ରେ ଯାଇଥିଲେ ରଘୁବାରୀ ଗ୍ରାମକୁ ।

ରଘୁବାରି ଗ୍ରାମର ବାସିନ୍ଦା ମାନେ ଦୀର୍ଘ ଦିନ ଧରି ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି । ସେ ବିଷୟ ରେ ମନ୍ତ୍ରୀ ଜଗନ୍ନାଥ୍ ସାରକା ଓ ସୁଧୀର କୁମାର ଦାସ ଓ କିଛି ବିଜେଡ଼ି ନେତା ମାନେ ଉକ୍ତ ଗ୍ରାମକୁ ଯାଇ ଥିଲେ । ଗ୍ରାମବାସୀ ରଘୁବାରୀ ଗ୍ରାମର ବାସିନ୍ଦା ମାନେ ପାଣି ସମସ୍ୟା ସମାଧାନ କରିବା ନିମନ୍ତେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପାଣି ସମସ୍ୟା ଦୂର୍ ହୋଇନି । ବିଜେଡ଼ି ନେତା ପାଣିଗ୍ରାହୀ ବାବୁ ଉତ୍ତ୍ୟକ୍ତ ହୋଇ ଉପସ୍ଥିତ ରଘୁବାରି ଗ୍ରାମର ବାସିନ୍ଦା ମାନଙ୍କୁ ରାଗିଯାଇ ଗୋଡେଇ ପିଟିଥିବା ଅଭିଯୋଗ କରିଛନ୍ତି ।