ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ପକ୍ଷରୁ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

0
143
ଭାରତୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୫/୪) : ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ପକ୍ଷରୁ ଗୁଣପୁର ଠାରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2024 04 15 at 09.32.39 ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ପକ୍ଷରୁ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକରଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଓଡ଼ିଶା ଶାଖା ଚେୟାରମେନ ଶ୍ରୀ ପ୍ରଭାକର ପୋଣ୍ଟୁରୁ ତାଙ୍କର ଭାଷଣରେ କହିଥିଲେ ଯେ, ବାବା ସାହେବ ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ । ସେଥିପାଇଁ ସେ ରାଜନୈତିକ ସ୍ବତନ୍ତ୍ରତା ଠାରୁ ସାମାଜିକ ସ୍ବତନ୍ତ୍ରତାକୁ ଗୁରୁତ୍ଵ ଦେଉଥିଲେ । ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ ଆଇନ ପରାମର୍ଶଦାତା ଶ୍ରୀ ବିଭୂ ପ୍ରସାଦ ଶତପଥୀ ନିଜ ଅଭିଭାଷଣରେ କହିଥିଲେ ଯେ, ଦେଶର ରାଜନୈତିକ ସ୍ବାଧିନତା ପ୍ରାପ୍ତ କରିବା ସହଜ, କିନ୍ତୁ ସହସ୍ର ବର୍ଷ ଧରି ଭାରତୀୟ ସମାଜରେ ଵ୍ୟାପ୍ତ ଅସ୍ପୃଶ୍ୟତା ଦୂର କରିବା କଠୋର କାର୍ଯ୍ୟ ।

ବାବା ସାହେବ ନିଜର ସମଗ୍ର ଜୀବନକୁ ଏହି ଯଜ୍ଞରେ ଆହୁତି ଦେଇଥିଲେ । ୱ।କଳିଙ୍ଗ ଚେୟାରମେନ ଶାଵରିସ ନିଜ ଅଭିଭାଷଣରେ କହିଥିଲେ ଯେ, ରାଷ୍ଟ୍ରର ହିତ ଥିଲା ଵାଵା ସାହେବଙ୍କ ସର୍ବ ପ୍ରଥମ କର୍ତ୍ତବ୍ୟ । ଆମ୍ବେଦକର ଆମ ଦେଶପାଇଁ ସମ୍ବିଧାନ ପ୍ରଣୟନ କରିଥିଲେ ଯାହାକି ଦେଶର ବୃହତ୍ତମ ସମ୍ବିଧାନ । ଏହି ଉତ୍ସବରେ ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ ଓଡ଼ିଶା ଶାଖାର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ନିଜ ନିଜ ଵକ୍ତଵ୍ୟ ପ୍ରଦାନ କରିଥିଲେ ।